ETV Bharat / state

ମଣ୍ଡିରେ ଧାନ ବିକ୍ରି ଦାବି, ସିଏସଓ ଅଫିସ ଆଗରେ ଚାଷୀଙ୍କ ଧାରଣା

author img

By

Published : Jun 4, 2020, 3:35 PM IST

ଦୀର୍ଘ ଦିନ ହେବ ମଣ୍ଡିରେ ଚାଷୀର କଷ୍ଟ ଉପାର୍ଜିତ ଧାନ ପଡିରହି ବର୍ଷାରେ ଭିଜୁଛି । ହେଲେ ଏହା ବିକ୍ରି ହୋଇ ପାରୁନାହିଁ କିମ୍ବା କେହି ଏଥିପ୍ରତି ଧ୍ୟାନ ଦେଉନଥିବା ଯୋଗୁଁ ଧାରଣାରେ ଚାଷୀକୂଳ । ଅଧିକ ପଢନ୍ତୁ...

ମଣ୍ଡିରେ ଧାନ ବିକ୍ରି ଦାବି, ସିଏସଓ ଅଫିସ ଆଗରେ ଚାଷୀଙ୍କ ଧାରଣା
ମଣ୍ଡିରେ ଧାନ ବିକ୍ରି ଦାବି, ସିଏସଓ ଅଫିସ ଆଗରେ ଚାଷୀଙ୍କ ଧାରଣା

ସୁବର୍ଣ୍ଣପୁର: ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଶଙ୍କରା ଗାଁର ଚାଷୀଙ୍କ ଧାରଣା । ମଣ୍ଡିରେ ପଡିରହିଥିବା ଧାନ ବିକ୍ରି ଦାବି ନେଇ ଚାଷୀ ନେତା ବଳଦେବ ବେଦବାକଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି ଦଳ ସାମାଜିକ ଦୂରତ୍ୱ ରକ୍ଷା କରି ଧାରଣା ଦେଇଛନ୍ତି ।

ଶଙ୍କରା ଗାଁର ସମବାୟ ସମିତିରେ ପ୍ରାୟ 6000 କୁଇଣ୍ଟାଲ ଧାନ ପଡ଼ିରହିଛି । ହେଲେ ଧାନ ଉଠାଇବାକୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି । ଖୋଲା ଆକାଶ ତଳେ ଧାନ ପଡି ରହିଥିବାବେଳେ ଅଦିନିଆଁ ବର୍ଷାରେ ଭିଜୁଛି । ଏପରିକି ଚାଷୀମାନଙ୍କ ପାଇଁ ସମବାୟ ସମିତି ପରିସରରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଚାଷୀ ନିଜ ଉତ୍ପାଦିତ ଧାନ ବିକ୍ରି କରି ପାରୁ ନ ଥିବା ଅଭିଯୋଗ ହୋଇଛି ।

ଅପରପକ୍ଷରେ ବର୍ଷାରେ ଭିଜିଯାଇଥିବା ଧାନ ପାଇଁ ସମବାୟ ସମିତିକୁ ଦାୟୀ କରିଥିବାବେଳେ ଧାନ ତୁରନ୍ତ ଉଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.