ETV Bharat / state

Farmer Problem: ମଣ୍ତିରେ ଶୋଷଣର ଶିକାର ହେଉଛି ଚାଷୀ - ସୁବର୍ଣ୍ଣପୁର ଖବର

ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ଧାନ କିଣାରେ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଅଧିକ ପଢନ୍ତୁ

Farmer Problem:ମଣ୍ତିରେ ଶୋଷଣର ଶିକାର ହେଉଛି ଚାଷୀ

author img

By

Published : May 28, 2022, 4:13 PM IST

ସୁବର୍ଣ୍ଣପୁର : ଜିଲ୍ଲାରେ ରବି ଋତୁ ଧାନ କିଣାରେ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଧାନ ମଣ୍ଡି ଗୁଡିକରେ ଦୁଇରୁ ତିନି କେଜି ପର୍ଯ୍ୟନ୍ତ ଧାନ କଟନୀଛଟନୀ କରାଯାଉଛି । ଏପରିକି ଅଖା ବସ୍ତା ଓ ଜରି ବସ୍ତା ଓଜନରୁ ଅଧିକ ପରିମାଣର ଧାନ କାଟି ଦିଆଯାଉଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Farmer Problem:ମଣ୍ତିରେ ଶୋଷଣର ଶିକାର ହେଉଛି ଚାଷୀ

ଏକ ଜରି ବସ୍ତାର ଓଜନ ପ୍ରାୟ 130 ଗ୍ରାମ ରହୁଥିବା ବେଳେ ପ୍ରାୟ ଗୋଟିଏ କେଜି ଓଜନର ଧାନ ମଣ୍ଡିରେ କାଟି ଦିଆଯାଉଥିବା ଚାଷୀ ଅଭିଯୋଗ କରିଛି । ତେବେ ଚାଷୀଙ୍କ ପାଇଁ ଟୋକନ ସମସ୍ୟା, ଧାନ କିଣା ପାଇଁ ନିର୍ଦ୍ଧାରିତ ସମୟ ସୀମା ,ଚାଷୀଙ୍କୁ ଅଖାବସ୍ତା ପ୍ରଦାନ ନ କରିବା ,ବସ୍ତାର ଓଜନରୁ ଅଧିକ ପରିମାଣର ଧାନ କାଟି ଦିଆଯିବା ପରି ସମସ୍ୟାର ସମାଧାନ ପାଇଁ ଚାଷୀ ଯେତେ ଦାବି ଆପତ୍ତି କଲେ ବି କେହି ଶୁଣୁ ନାହାନ୍ତି ।

ଚାଷୀ ନିଜର ଉତ୍ପାଦିତ ଧାନକୁ ସହଜରେ ସରକାରୀ ଧାର୍ଯ୍ୟ ଦରରେ ମଣ୍ଡି ଗୁଡିକରେ ବିକ୍ରି କରିବା ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚକ୍କର କାଟୁଛି । ଚାଷୀ ସଂଗଠନ ଗୁଡିକ ପକ୍ଷରୁ ମଣ୍ଡି ସମସ୍ୟାର ସମାଧାନ ସହିତ ଧାନ ସଂଗ୍ରହ ନୀତିରେ ସ୍ବଚ୍ଛତା ଆଣିବା ପାଇଁ ଚାଷୀ ବାରମ୍ବାର ନିଜ ଦାବି ଉପସ୍ଥାପନ କରୁଛି । ହେଲେ ଚାଷୀଙ୍କୁ ନ୍ୟାୟ ମିଳୁନଥିବା ଅଭିଯୋଗ ହେଉଛି । ତୁରନ୍ତ ଚାଷୀ ସମସ୍ୟାର ସମାଧାନ କରା ନ ଗଲେ ଆଗକୁ ଚାଷୀ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.