ETV Bharat / state

ଉଁଆସ ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର, ପ୍ରଥମ ପର୍ଯ୍ୟାୟରେ ଉଁଆସ ବଳୀ ସମ୍ପନ୍ନ - ବାଉତି ଛତ୍ର ଶୋଭାଯାତ୍ରା

ସୁବର୍ଣ୍ଣପୁରର ପ୍ରସିଦ୍ଧ ବଳିଯାତ୍ରା । ଆଶ୍ବୀନ ମହାଳୟାରୁ ଆରମ୍ଭ ହୋଇଥିବା ଏହି ବଳିଯାତ୍ରା ପୂର୍ଣ୍ଣମୀ ତିଥିରେ ସମାପନ ହେବ । ଅଧିକ ପଢନ୍ତୁ

ଉଁଆସ ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର
ଉଁଆସ ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର
author img

By

Published : Sep 26, 2022, 4:51 PM IST

ସୁବର୍ଣ୍ଣପୁର: ସୋନପୁର ଗଡଜାତର ଐତିହାସୀକ ବଳିଯାତ୍ରା ଆରମ୍ଭ ହୋଇଛି । ଆଶ୍ବୀନ ମହାଳୟାରୁ ଆରମ୍ଭ ହୋଇଥିବା ଏହି ବଳିଯାତ୍ରା ପୂର୍ଣ୍ଣମୀ ତିଥିରେ ସମାପନ ହେବ । ଏହାକୁ ନେଇ ଉତ୍ସବମୁଖର ହୋଇଉଠିଛି ଅଷ୍ଟଚଣ୍ଡୀଙ୍କ ପୀଠ ।

ଉଁଆସ ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର

ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ବାଉତି ଛତ୍ର ଶୋଭାଯାତ୍ରା । ରବିବାର ମଧ୍ୟ ରାତ୍ରରେ ଉଆଁସ ବଳୀ । ବୁଢାରଜା ବଳି ଆଦି କାର୍ଯ୍ୟ ଶେଷ ହୋଇଥିବା ବେଳେ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଓ ମହାନବମୀର ମହାବଳି ପର୍ବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏହି ଦିନ ମା’ ମାନେ ଝିଅମାନଙ୍କ ପାଇଁ ମାଟି ତିଆରି କୁଣ୍ଢିକାଞ୍ଚି ଖେଳିବା ପାଇଁ ଦେଇଥାନ୍ତି ତ ପୁଅ ପିଲାମାନେ କାଠ ତିଆରି ହାତୀ ଘୋଡା ଖେଳିଥାନ୍ତି । ତେବେ ଏହି ବଳିଯାତ୍ରାରେ 36 ଟି ସଂପ୍ରଦାୟର ସେବାୟତ ଲାଗି ଏହି ପର୍ବ ପାଳନ କରିଥାନ୍ତି । ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପ୍ରୟୋଗରେ ଏହି ବଳି କାର୍ଯ୍ୟ ହେଉଥିବା ବେଳେ ଏଠାରେ ବଳି କହିଲେ ବରୁଆକୁ ବୁଝାଇଥାଏ । ଯେଉଁ ସେବାୟତଙ୍କ ଠାରେ ତନ୍ତ୍ରର ପ୍ରୟୋଗରେ ଷୋହଳ ଭର୍ଣ୍ଣି ବାଦ୍ୟର ତାଳେ ତାଳେ ଦୈବୀଶକ୍ତି ପ୍ରକଟିତ ହୋଇଥାଏ ତାକୁ ହିଁ ଏହି ତନ୍ତ୍ରପୀଠରେ ବଳି ବୋଲି କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: Bank Holidays: ସାରି ଦିଅନ୍ତୁ ବ୍ୟାଙ୍କ କାମ, ଅକ୍ଟୋବରରେ 21ଦିନ ରହିବ ବନ୍ଦ

ଅନ୍ୟତ୍ର ଛାଗ ଅବା ମହିଷ ତଥା ଅନ୍ୟ ଜୀବଜନ୍ତୁଙ୍କ ହତ୍ୟାକୁ ବଳି ବୋଲି କୁହାଯାଉଥିବା ବେଳେ ଏହି ତନ୍ତ୍ର ପୀଠରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଦୈବୀଶକ୍ତି ଉଭା ହୋଇଥାଏ । ଯାହା ଅନ୍ୟତ୍ର ବଳି ଯାତ୍ରାରେ ଦେଖିବାକୁ ମିଳେ ନାହିଁ । ତେବେ ବଳିଯାତ୍ରାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ମହାନବମୀର ମହାବଳି ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି ।

ଏନେଇ ସୁବର୍ଣ୍ଣପୁର ଦେବୋତ୍ତର କମିଟି ସଭ୍ୟ ଶ୍ୟାମା ଓଁ ପ୍ରସାଦ ମିଶ୍ର କହିଛନ୍ତି ଯେ, "ଅମବାସ୍ୟା ଠାରୁ ସୁବର୍ଣ୍ଣପୁରର ବଳି ଯାତ୍ରା ଆରମ୍ଭ ହୋଇଛି । ଆମବାସ୍ୟା ଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଏହି ପୂଜା ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । ବଳିଯାତ୍ରାରେ 36 ଟି ସଂପ୍ରଦାୟର ସେବାୟତ ଲାଗି ଏହି ପର୍ବ ପାଳନ କରିଥାନ୍ତି । ରବିବାର ମଧ୍ୟ ରାତ୍ରରେ ଉଆଁସ ବଳୀ, ବୁଢାରଜା ବଳି ଆଦି କାର୍ଯ୍ୟ ଶେଷ ହୋଇଥିବା ବେଳେ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଓ ମହାନବମୀର ମହାବଳି ପର୍ବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ବିଭିନ୍ନ ସେବାୟତମାନେ ଏଥିରେ ନିୟୋଜିତ ହୋଇଥିବା ବେଳେ ସେମାନେ ଅଲଗା ଅଲଗା କାମ କରିଥାନ୍ତି ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.