ETV Bharat / state

’ଇଟିଭି ଭାରତ’ର ସଫଳ ଉଦ୍ୟମ, ସୁବର୍ଣ୍ଣପୁରକୁ ଫେରିବେ ଶ୍ରୀ ଗୋପାଳ ଜୀ - ETV Bharat Impact

‘ଇଟିଭି ଭାରତ’କୁ ବଡ ସଫଳତା । ଖବର ପ୍ରସାରଣ ଓ ଅନୁସନ୍ଧାନମୂଳକ ତଥ୍ୟ ଦେବା ପରେ ସୁବର୍ଣ୍ଣପୁରକୁ ଫେରିବେ ଶ୍ରୀ ଗୋପାଳ ଜୀ । ଅଧିକ ପଢନ୍ତୁ..

’ଇଟିଭି ଭାରତ’ର ସଫଳ ଉଦ୍ୟମ, ସୁବର୍ଣ୍ଣପୁରକୁ ଫେରିବେ ଶ୍ରୀଗୋପଳଜୀ

author img

By

Published : Jun 10, 2020, 4:23 PM IST

ସୁବର୍ଣ୍ଣପୁର: ଦୀର୍ଘ 38 ବର୍ଷ ପରେ ନିଜ ସିଂହାସନକୁ ଫେରିବେ ଶ୍ରୀ ଗୋପାଳ ଜୀ । ଭୁବନେଶ୍ବର ସିବିଆଇ ମାଲଖାନାରେ ଥିବା ପ୍ରାୟ 2 କୋଟି ମୂଲ୍ୟର ଅଷ୍ଟଧାତୁ ମୂର୍ତ୍ତି ଏବେ ଫେରିପାଇବେ ସୁବର୍ଣ୍ଣପୁରବାସୀ । ମୂର୍ତ୍ତି ଫେରାଇ ଆଣିବା ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଏହି ସଫଳତା ମିଳିଛି ।

’ଇଟିଭି ଭାରତ’ର ସଫଳ ଉଦ୍ୟମ, ସୁବର୍ଣ୍ଣପୁରକୁ ଫେରିବେ ଶ୍ରୀଗୋପଳଜୀ

ମୂର୍ତ୍ତିସବୁ ଫେରେଇ ଆଣିବା ପାଇଁ ଗତ ମାର୍ଚ୍ଚରେ ଖବର ପ୍ରକାଶ କରାଯାଇଥିଲା । ଏହି ସମୟରେ ଦେବୋତ୍ତର ଅଧିକାରୀଙ୍କ ନିକଟରେ ଶ୍ରୀ ଗୋପାଳ ଜୀଙ୍କ ସମ୍ପର୍କୀତ କୌଣସି ତଥ୍ୟ ନଥିବା କହିଥିଲେ । ସିବିଆଇର ମାମଲାର ଆବଶ୍ୟକ କାଗଜପତ୍ର ଦେଖାଇବାକୁ ଦାବି କରିଥିଲେ । ଏହା ପରେ ଆମ ପ୍ରତିନିଧି ନିଜର ଅନୁସନ୍ଧାନ କରି ସିବିଆଇ ମାମଲା ସମ୍ପର୍କୀତ ସମସ୍ତ ତଥ୍ୟକୁ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିଥିଲେ । ଏହା ପରେ ସେମାନେ ଏହାକୁ ସ୍ବୀକାର କରିବା ସହ ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । ଇଟିଭି ଭାରତ ଏପରି ପ୍ରୟାସକୁ ଦେବୋତ୍ତର ଅଧିକାରୀ ଓ ଉପଜିଲ୍ଲାପାଳ ବଳରାମ ମଲ୍ଲିକ ଆମ ପ୍ରତିନିଧିଙ୍କୁ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, 38 ବର୍ଷ ତଳର ଘଟଣା । ଅର୍ଥାତ 1982ରେ ସୋନପୁର ଗଡଜାତର ଶ୍ରୀ ଗୋପାଳ ଜୀ ଙ୍କ ଦୁର୍ଲଭ ମୂର୍ତ୍ତି ସବୁ ଚୋରି ହୋଇଥିଲା। ଯାହା ପରେ ସିବିଆଇ ଜବତକରି ମାମଲା ଦାୟାର କରିଥିଲା। ମାମଲା ବିଚାର ହେବାର ଦୀର୍ଘ ଦିନ ପରେ ବି ଶ୍ରୀ ଗୋପାଳ ଜୀ ଫେରି ନାହାନ୍ତି ନିଜ ସିଂହାସନକୁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.