ETV Bharat / state

ବିନିକାରେ ଅତିଷ୍ଠ କଲେଣି ହାତୀ, ହଜାଇଲେଣି ଚାଷୀ ଓ ବନକର୍ମଚାରୀଙ୍କ ନିଦ - Elephant terror in Subarnapur

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ହାତୀପଲ ଧାନ ଫସଲ ନଷ୍ଟ କରୁଥିବାରୁ ବନବିଭାଗ ସହିତ ସ୍ଥାନୀୟ ଲୋକମାନେ ଉଜାଗର ରହି ହାତୀ ଘଉଡାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

Elephant terror in Subarnapur, farmer and forest workers chased elephants by waking up
ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ଉଜାଗର ଚାଷୀ ଓ ବନ କର୍ମଚାରୀ
author img

By

Published : Dec 7, 2020, 2:09 PM IST

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ଅଞ୍ଚଳରେ ପ୍ରାୟ 20 ଦିନ ଧରି ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ହାତୀମାନେ ବ୍ୟାପକ ପରିମାଣର ଧାନ ଫସନ ନଷ୍ଟ କରୁଥିବାରୁ ହାତୀକୁ ଘଉଡାଇବା ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀ ଓ ବନ୍ୟ କର୍ମଚାରୀ ଗତ 3 ଧରି ଉଜାଗର ରହିଥିବା ଜଣାପଡିଛି ।

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ଉଜାଗର ଚାଷୀ ଓ ବନ କର୍ମଚାରୀ

ସୋମବାର ସୁଦ୍ଧା ଗତ ପ୍ରାୟ 20 ଦିନରୁ ଧରି ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ ବିନିକା ରେଞ୍ଜ‌ ଅଞ୍ଚଳର ବାଙ୍କୀଘିର୍ଡି ଓ ସିନ୍ଦୁରପୁର ପଞ୍ଚାୟତର ବିଭିନ୍ନ ଗାଁରେ ଏକ ହାତୀପଲ ପଶି ଆସି ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି । ଚାଷୀମାନେ ଏବେ ଧାନ ଅମଳ କରୁଥିବା ଥିବା ବେଳେ ହାତୀପଲ ଧାନ ବିଲ ଭିତରେ ପଶି ଧାନ ଖାଇବା ସହ ବ୍ୟାପକ ପରିମାଣର ଧାନକୁ ନଷ୍ଟ କରୁଛନ୍ତି ।

ଏହି ହାତୀପଲ ଉଲୁଣ୍ଡା ବ୍ଲକ ସିଂହାସନ ଜଙ୍ଗଲରେ ଦୀର୍ଘ ଦିନରୁ ସ୍ଥାୟୀ ଭାବେ ବାସ କରୁଛନ୍ତି । ତେବେ ଏଥର ପ୍ରଥମ ଥର ପାଇଁ ହାତୀ ପଲ ବିନିକା ଅଞ୍ଚଳକୁ ପଶି ଆସି ଧାନ ଫସଲ ନଷ୍ଟ କରିଛନ୍ତି । ସ୍ଥାନୀୟ ଲୋକମାନେ ବନ ବିଭାଗ ସହିତ ମିଶି ରାତି ସାରା ଉଜାଗର ହୋଇ ହାତୀ ଘଉଡାଇବାରେ ଲାଗିଛନ୍ତି । ବିନିକା ଅଞ୍ଚଳରେ ଏବେ ହାତୀ ଯୋଗୁଁ ଲୋକେ ଭୟ ଓ ଆତଙ୍କରେ ରହୁଥିବା ଦେଖିବାକୁ ମିଳିଛି । ହାତୀପଲଙ୍କୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.