ETV Bharat / state

ଦନ୍ତାର ଦାନ୍ତ କାଟିନେଲେ ଶିକାରୀ, ମୃତଦେହ ଉଦ୍ଧାର - ଦନ୍ତା ହୀତୀର ମୃତଦେହ ଉଦ୍ଧାର

ଉଲୁଣ୍ଡା ରେଞ୍ଜ ସାରସଦାଦର ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲରେ ଶିକାର ଲାଗି ଶିକାରୀ ବିଦ୍ୟୁତ୍ ତାର ବିଛାଇଥିବାବେଳେ ସେହି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Nov 19, 2019, 7:18 PM IST

ସୁବର୍ଣ୍ଣପୁର: ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟ ସାରସଦାଦର ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି । ପ୍ରାୟ ଏକ ସପ୍ତାହ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ଜଙ୍ଗଲରେ ଶିକାର ଲାଗି ଶିକାରୀ ବିଦ୍ୟୁତ୍ ତାର ବିଛାଇଥିବାବେଳେ ସେହି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ହାତୀର ମୃତଦେହ ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜିଲ୍ଲା ବନ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ହାତୀ ନିକଟରେ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ପରେ ଶିକାରୀ ହାତୀର ଦାନ୍ତ କାଟି ନେଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ 3 ବର୍ଷ ତଳେ ଏପରି ବିଦ୍ୟୁତ ଆଘାତରେ ତରଭା ବ୍ଲକରେ 3ଟି ହାତୀର ମୃତ୍ୟୁ ହୋଇଥିଲା । ହାତୀଙ୍କୁ ଟ୍ରାକ କରିବାକୁ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲେ ମଧ୍ୟ ବାରମ୍ବାର ଏଭଳି ଘଟଣା ଘଟୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଂଜ ଅନ୍ତର୍ଗତ କୋଟ ସମଳାଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସାରସଦାଦର ଜଂଗଲରେ ଗୋଟିଏ ଦନ୍ତା ହାତୀର ମୃତଦେହ ମିଳିଛି । ହାତୀଟିର ମୃତ୍ୟୁ ଏକ ସପ୍ତାହ ପୁର୍ବରୁ ହୋଇଥିବା ଜଣାପଡିଛି । ହାତୀଟିର ଦୁଇ ଦାନ୍ତ କଟାଯାଇଥିବାରୁ କେହି ଦୁର୍ବୁତ୍ତ ହାତୀଟିକୁ ଶିକାର କରିଥିବା ସନ୍ଦେହ କରାଯାଉଛି । ସାତଦିନ ପାଖା ପାଖି ହେବ ହାତୀଟିର ମୃତ୍ୟୁ ହୋଇଥିବାରୁ ତାହା ପଚି ଯାଇଛି ।ଆଜି ଲୋକେ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ହାତୀଟିର ମୃତ ଦେହ ଦେଖିବାକୁ ପାଇଥିଲେ। ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି ।ଜିଲ୍ଲା ବନ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ଘଟଣା ସ୍ଥଳକୁ ପହଂଚି ହାତୀ ମୃତ୍ୟୁର ତଦନ୍ତ କରିଛନ୍ତି। ମୃତ ହାତୀ ନିକଟରେ ବିଛା ଯାଇଥିବା ବିଦ୍ୟୁତ ତାର ପଡ଼ି ଥିବାରୁ ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଛି ବୋଲି କହିଛନ୍ତି।Body:ହାତୀଟିର ମୃତ୍ୟୁ ହେବା ପରେ ଶିକାରୀ ଦାନ୍ତ ଦୁଇଟିକୁ କାଟି ନେଇ ଯାଇଛି ବୋଲି କହିଛନ୍ତି।ଗତ ତିନି ବର୍ଷ ତଳେ ଏପରି ବିଦ୍ୟୁତ ଆଘାତରେ ତରଭା ବ୍ଲକ ରେ ତିନୋଟି ହାତୀର ମୃତ୍ୟୁ ହୋଇଥିଲା।ହାତୀଙ୍କୁ ଟ୍ରାକ କରିବାକୁ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଥିବା ବେଳେ ଏପରି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.