ETV Bharat / state

ବାଦିଖୁଲରୁ ଛୁଆ ହାତୀର ମୃତଦେହ ଉଦ୍ଧାର - ସୁବର୍ଣ୍ଣପୁରରେ ହାତୀ ଛୁଆର ମୃତ୍ୟୁ

ପୁଣି ଏକ ହାତୀ ଛୁଆର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ରେଙ୍ଗାଲି ପଞ୍ଚାୟତର ବାଦିଖୁଲ ଗାଁ ନିକଟରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

baby elephant dead in subarnapur
ସୁବର୍ଣ୍ଣପୁରରେ ପୁଣି ଏକ ହାତୀ ଛୁଆର ମୃତ୍ୟୁ
author img

By

Published : Mar 25, 2022, 12:14 PM IST

ସୁବର୍ଣ୍ଣପୁର: ପୁଣି ଏକ ହାତୀ ଛୁଆର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ରେଙ୍ଗାଲି ପଞ୍ଚାୟତର ବାଦିଖୁଲ ଗାଁ ନିକଟରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀ ଛୁଆଟିର ବୟସ 4ରୁ 5 ବର୍ଷ ହେବ ବୋଲି ଜଣାପଡ଼ିଛି । କୌଣସି ପ୍ରକାର ଖାଦ୍ୟ ଖାଇ ଶରୀରରେ ବିଷାକ୍ତ ହୋଇ ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

ସୁବର୍ଣ୍ଣପୁରରେ ପୁଣି ଏକ ହାତୀ ଛୁଆର ମୃତ୍ୟୁ

ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ଼ ଅଞ୍ଚଳରେ ବର୍ଷର ଅଧିକାଂଶ ସମୟରେ ରହୁଥିବା ହାତୀ ପଲରୁ ଏକ ହାତୀ ଛୁଆଟି ଗୋଠ ଖଣ୍ଡିଆ ଭାବେ ବାହାରି ଆସିଥିଲା । ସେ ହାତୀ ଦଳରୁ ଅଲଗା ହୋଇ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଲୁଥିଲା । ହାତୀଟିର ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ବନ ବିଭାଗ ତାକୁ ପ୍ରତିଦିନ ଟ୍ରାକିଂ କରିବା ସହିତ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲା । ହେଲେ ହାତୀଟି ବିଭିନ୍ନ ସମୟରେ ହିଂସ୍ର ହେବା ସହିତ ବ୍ୟାପକ ଉତ୍ପାତ କରୁଥିଲା ।

ଗତକାଲି (ଗୁରୁବାର) ହାତୀ ଛୁଆଟି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଅଞ୍ଚଳକୁ ଯାଇ ଉତ୍ପାତ କରିବାରୁ ସ୍ଥାନୀୟ ଲୋକେ ତାକୁ ସେଠାରୁ ଘଉଡାଇ ଦେଇଥିଲେ । ତେବେ ଆଜି ତାର ମୃତଦେହ ବାଦିଖୁଲ ଗାଁ ଜଙ୍ଗଲର ଏକ ପଡ଼ିଆରେ ପଡିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ବନ ବିଭାଗ ଓ ପ୍ରାଣୀଧନ ବିଭାଗ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିବା ସହିତ ହାତୀର ସଂସ୍କାର କାର୍ଯ୍ୟ ସଂପନ୍ନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.