ETV Bharat / state

ବିଦ୍ୟୁତ ସରୋବରାହ ବ୍ୟତିକ୍ରମ ପାଇଁ ଖର୍ଚ୍ଚ ହେଲା 63 ଲକ୍ଷ - ବିଦ୍ୟୁତ ସରୋବରାହ ବ୍ୟତିକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମୀର ବିକାଶ ନାଁରେ ପାଣିରେ ପଡିଲା 48 ଲକ୍ଷ ଟଙ୍କା । ପାଣିରେ ପୋଡିଗଲା 15 ଲକ୍ଷ ଟଙ୍କା । ବିଭାଗୀୟ ସମନ୍ବୟ ଅଭାବରୁ 63 ଲକ୍ଷ ଟଙ୍କା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Subarnapur
Subarnapur
author img

By

Published : Nov 8, 2021, 10:39 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମୀର ବିକାଶ ନାଁରେ ପାଣିରେ ପଡିଲା 48 ଲକ୍ଷ ଟଙ୍କା । ପାଣିରେ ପୋଡିଗଲା 15 ଲକ୍ଷ ଟଙ୍କା । ବିଭାଗୀୟ ସମନ୍ବୟ ଅଭାବରୁ 63 ଲକ୍ଷ ଟଙ୍କା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟ ଚିକିତ୍ସାଳୟକୁ ନିରବଛିନ୍ନ ବିଦ୍ୟୁତ ସରୋବରାହ ପାଇଁ 48 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପୁଣି 15 ଲକ୍ଷ ଟଙ୍କା ଜେନେରେଟର ପାଇଁ ଡିଜେଲ କିଣାଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକ ପରେ ଏହି ଘଟଣା ସାମାନାକୁ ଆସିଛି ।

ବିଦ୍ୟୁତ ସରୋବରାହ ବ୍ୟତିକ୍ରମ; ପାଇଁ ଖର୍ଚ୍ଚ ହେଲା 63 ଲକ୍ଷ

ପ୍ରାୟ 4 ବର୍ଷ ତଳେ ଜିଲ୍ଲା ବିଦ୍ୟୁତ ଗ୍ରୀଡରୁ ମୁଖ୍ୟ ଚିକିତ୍ସାଳୟକୁ ଏକ ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିଲା । ତତ୍କାଳୀନ ଜିଲ୍ଲାପାଳ ରବିନ୍ଦ୍ର ପ୍ରତାପ ସିଂ ଚିକିତ୍ସାଳୟର ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ଏକ ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରିଥିଲେ । ତେବେ ସହରାଞ୍ଜଳ ବିଦ୍ୟୁତ ସହିତ ମୁଖ୍ୟ ଚିକିତ୍ସାଳୟର ବିଦ୍ୟୁତ ସଂଯୋଗର କୌଣସି ସଂପର୍କ ନ ଥିଲା । ସହରାଞ୍ଚଳରେ କୌଣସି କାରଣରୁ ବିଦ୍ୟୁତ ବିଭ୍ରାଟ ହେଲେ ବି ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ ରହୁଥିଲା । ତେବେ ଏହି ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗ ପ୍ରାୟ ଦୁଇ ତିନିମାସ କାର୍ଯ୍ୟକାରୀ ହେବା ପରେ ପୁଣି ସହରାଞ୍ଚଳ ସହିତ ମୁଖ୍ୟ ଚିକିତ୍ସାଳୟର ବିଦ୍ୟୁତ ବ୍ୟବସ୍ଥାକୁ ସଂଯୋଗ କରି ଦିଆଯାଇଛି । ତେବେ ସ୍ବତନ୍ତ୍ର ବିଦ୍ୟୁତ ବ୍ୟବସ୍ଥା ଥିଲେ ହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜେନେରେଟର ଚଲାଇବାକୁ 15 ଲକ୍ଷ ଟଙ୍କାର ଡିଜେଲ କିଣାଯାଇଛି ।

ତେବେ ଏହି ସ୍ବତନ୍ତ୍ର ବିଦ୍ୟୁତ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ଜେନରେଟର ବ୍ୟବହାରକୁ ବନ୍ଦ କରାଯାଉ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକରେ ପ୍ରସ୍ତାବ ଦିଆଯାଇଛି । ତେବେ 48 ଲକ୍ଷ ଟଙ୍କା ବିଦ୍ୟୁତ ବ୍ୟବସ୍ଥାର ଭିତ୍ତିଭୂମୀ ପାଇଁ ଖର୍ଚ୍ଚ କରିବା ପରେ ପୁଣି 15 ଲକ୍ଷ ଟଙ୍କାର ଡିଜେଲ ପୋଡିବା ଘଟଣାକୁ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ସଭ୍ୟମାନେ ସହଜରେ ଗ୍ରହଣ କରି ପାରି ନାହାନ୍ତି । ଲକ୍ଷ୍ୟ ଥିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗ ଗ୍ରୀଡରୁ କରାଗଲେ ଚିକିତ୍ସାପାଇଁ ଆସୁଥିବା ରୋଗୀମାନଙ୍କ ସୁବିଧା ହେବା ସହିତ ବୈଦ୍ୟୁତିକ ଚିକିତ୍ସା ଉପକରଣ ବ୍ୟବହାର କରିବାରେ କିଛି ସମସ୍ୟା ହେବ ନାହିଁ । ତେଣୁ ଏହି ସ୍ବତନ୍ତ୍ର ବିଦ୍ୟୁତ ବ୍ୟବସ୍ଥା କରାଯାଇଥିଲା ।

ତେବେ ଏହି ବିଦ୍ୟୁତ ବ୍ୟବସ୍ଥାକୁ ତୁରନ୍ତ ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଉଭୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ ବିଦ୍ୟୁତ ବିଭାଗରୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.