ETV Bharat / state

ଶ୍ରାବଣ ସୋମବାରରେ ଖାଁ ଖାଁ ଶୈବପୀଠ, ଭକ୍ତଙ୍କୁ ଝୁରୁଛି ତ୍ରିବେଣୀ ସଙ୍ଗମ - devotees didn't come to temple

ଐତିହାସିକ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ବୋଲବମ ଧ୍ବନୀରେ ପ୍ରକମ୍ପିତ ହେଉଥିବା ଗଗନ ପବନ ମୁଖରିତ ହୋଇଥାଏ । ମାତ୍ର ସେହି ସଙ୍ଗମକ୍ଷେତ୍ର ଆଜି କୋରୋନା ମହାମାରୀ ଭୟରେ ଜନମାନବ ଶୂନ୍ୟ ହୋଇଛି ।

subarnpur
ଖାଁ ଖାଁ ଶୈବପୀଠ
author img

By

Published : Jul 13, 2020, 12:15 PM IST

ସୁବର୍ଣ୍ଣପୁର: ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ଭକ୍ତଙ୍କୁ ଝୁରୁଛି ଐତିହାସିକ ସୁବର୍ଣ୍ଣପୁର ସହରର ତ୍ରିବେଣୀ ସଙ୍ଗମ । ଏଇ ପୁଣ୍ୟ ସଙ୍ଗମରେ ଆଉ ଶୁଭୁନାହିଁ ଭୋଳାବାବା ପାର କରେଗା ସ୍ବର । ଯେଉଁ ମହାନଦୀ,ତେଲନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଙ୍ଗମରେ ହଜାର ହଜାର ଶ୍ରଦ୍ଧାଳୁ ସ୍ନାନାଦି ସାରି ଭୋଳାବାବାଙ୍କୁ ଜଳାଭିଷେକ କରିବାକୁ ବିଭିନ୍ନ ଶିବାଳୟକୁ ଆଆନ୍ତି ,ସେହି ସଙ୍ଗମକ୍ଷେତ୍ର ଆଜି କୋରୋନା ମହାମାରୀ ଭୟରେ ଜନମାନବ ଶୂନ୍ୟ ହୋଇଛି ।

subarnpur
ଐତିହାସିକ ସୁବର୍ଣ୍ଣପୁର ସହରର ତ୍ରିବେଣୀ ସଙ୍ଗମ

ଐତିହାସିକ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ବୋଲ ବମ ଧ୍ବନୀରେ ପ୍ରକମ୍ପିତ ହେଉଥିବା ଗଗନ ପବନ ମୁଖରିତ ହୋଇଥାଏ । ଶ୍ରଦ୍ଧାଳୁମାନେ ତ୍ରିବେଣୀ ସଙ୍ଗମରୁ ଜଳ ଆଣି ସହରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ପାଖରେ ଜଳ ଲାଗି କରିବା ସହିତ ଅଷ୍ଟଶମ୍ଭୁଙ୍କ ମନ୍ଦିର ଦର୍ଶନ କରିଥାନ୍ତି ।

ଖାଁ ଖାଁ ଶୈବପୀଠ

ହେଲେ ଚଳିତବର୍ଷ ପ୍ରଶାସନର କୋରୋନା କଟକଣା ଯୋଗୁଁ ଏଥର ସହରର ଅଷ୍ଟଶମ୍ଭୁ ମନ୍ଦିରରେ ତାଲା ପଡିଛି । ସକାଳୁ ସକାଳୁ ବାବା ରାମେଶ୍ବର ,ସୁବର୍ଣ୍ଣମେରୁ ,ପଶ୍ଚିମ ସୋମନାଥ, ଗୋକରନେଶ୍ବର ଆଦି ମନ୍ଦିର ଗୁଡିକରେ ସେବାୟତମାନେ ନୀତିକାନ୍ତି ସାରି ତାଲା ପକେଇ ଦେଇଛନ୍ତି ।

ଦେବୋତ୍ତର ବିଭାଗର ଅନୁରୋଧରେ ଜିଲ୍ଲା ପୋଲିସ ମନ୍ଦିର ଗୁଡିକରେ ପେଟ୍ରୋଲିଂ କରିଛନ୍ତି । ଫଳରେ ଶିବାଳୟ ପାଚେରୀ ଆଗରେ ପ୍ରାର୍ଥନା କରି ଘରକୁ ଫେରିଛନ୍ତି ଶ୍ରଦ୍ଧାଳୁ । ମହାମାରୀ କୋରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆଯାଇଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.