ETV Bharat / state

10ଦଫା ଦାବିରେ ଚାଳକ ମହାସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

author img

By

Published : Sep 1, 2021, 8:42 PM IST

ବିଭିନ୍ନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଓଡିଶା ଡ୍ରାଇଭର ମହାସଙ୍ଘ । 10 ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ଚାଳକ ମହାସଙ୍ଘ । ଅଧିକ ପଢନ୍ତୁ...

10ଦଫା ଦାବିରେ ଚାଳକ ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ଓଡିଶା ଡ୍ରାଇଭର ମହାସଙ୍ଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି (ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଜିଲ୍ଲାର ସମସ୍ତ 6 ଗୋଟି ବ୍ଳକରେ ଘରୋଇ ଭାବେ କାର୍ଯ୍ୟ କରୁଥିବା ଶତାଧିକ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ଓଡିଶା ଡ୍ରାଇଭର ମହାସଙ୍ଘ ତରଫରୁ ସହରର ସୁରେଶ୍ବରୀ ମନ୍ଦିର ନିକଟରୁ ଡ୍ରାଇଭର ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସେପଟେ ଡ୍ରାଇଭରମାନେ ଅନେକ ସମୟରେ ଆକ୍ରମଣର ଶିକାର ହେଉଥିବାବେଳେ ଗାଡି ଚାଳକଙ୍କୁ ସୁରକ୍ଷା ପ୍ରଦାନ କରିବା, ଜାତୀୟ ଓ ରାଜ୍ୟ ରାଜପଥର ପ୍ରତି 100 କିଲୋମିଟର ଦୂରରେ ବିଶ୍ରାମାଗାର, ଶୌଚାଳୟର ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, 55 ବର୍ଷ ପରେ ଡ୍ରାଇଭରଙ୍କୁ ମାସିକ ଆର୍ଥିକ ସହଯୋଗ ପ୍ରଦାନ କରିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କ ପାଇଁ 20 ଲକ୍ଷ ଟଙ୍କା ବୀମା ପ୍ରଦାନ ଓ ଅକର୍ମଣ୍ୟ ହେଉଥିବା ଡ୍ରାଇଭରଙ୍କ ପାଇଁ 10 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ 5 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଆଦି ଦାବି ପୂରଣ ନେଇ ଗାଡି ଚାଳକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଏନେଇ ଗାଡି ଚାଳକମାନେ 10 ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ତେବେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଡ୍ରାଇଭର ମହାସଙ୍ଘ ଚେତାବନୀ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.