ETV Bharat / state

ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଆଜି ସୁବର୍ଣ୍ଣପୁରରେ ଷ୍ଟିଅରିଂ ଛାଡ ଆନ୍ଦୋଳନ

author img

By ETV Bharat Odisha Team

Published : Jan 5, 2024, 10:08 AM IST

Protest against Hit and Run Law: ନୂତନ ହିଟ୍ ଆଣ୍ଡ୍ ରନ୍ ଆଇନକୁ ଡ୍ରାଇଭରମାନଙ୍କ ବିରୋଧ । ଆଜିଠୁ ରାଜ୍ୟରେ ଷ୍ଟିଅରିଂ ଛାଡ ଆନ୍ଦୋଳନ । ନିୟମ ରଦ୍ଦ କରିବାକୁ ଦାବି । ଅଧିକ ପଢନ୍ତୁ

ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ
ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ

ସୁବର୍ଣ୍ଣପୁର: କେନ୍ଦ୍ର ସରକାରଙ୍କ ନୂତନ ହିଟ୍ ଆଣ୍ଡ ରନ ଆଇନକୁ ନେଇ ବଢୁଛି ଅସନ୍ତୋଷ । ସରକାରଙ୍କ ନୂତନ ଆଇନକୁ ରଦ୍ଦ କରିବା ଦାବିରେ ସୁବର୍ଣ୍ଣପୁର ଜିଲ୍ଲାରେ ଡ୍ରାଇଭର ସଂଘ ପକ୍ଷରୁ ଆଜି(ଶୁକ୍ରବାର) ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି । ଫଳରେ ଶତାଧିକ ଯାନବାହାନ ଛିଡା ହୋଇରହିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗତକାଲି(ଗୁରୁବାର) ଦିନ ଏହି ନିୟମକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲାରେ ଡ୍ରାଇଭର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଡ୍ରାଇଭର ସଂଘର ଜିଲ୍ଲା ଉପସଭାପତି ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଡ୍ରାଇଭର ଏକତ୍ରିତ ହୋଇ ସହରର ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ସଡକ ଦୁର୍ଘଟଣା ଜନିତ ଆଇନରେ ଆଣିଥିବା ପରିବର୍ତ୍ତନର ପ୍ରତିବାଦ କରିଥିଲେ ।

ନୂତନ ଆଇନରେ ଗାଡି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ 7 ଲକ୍ଷ ଟଙ୍କାର ଜରିମାନା ଓ 10 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ନିୟମ କରାଯାଇଥିବାରୁ ଡ୍ରାଇଭରମାନେ ଏହାର ପ୍ରତିବାଦ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଲେ ତାର ଦଣ୍ଡ କୋହଳ କରାଯିବାର ବ୍ୟବସ୍ଥା ରହିଛି । ତେବେ ଅନେକ ସମୟରେ ବାଇକ ଆରୋହୀମାନେ ସିଧାସଳଖ ଗାଡି ମୁହଁକୁ ଚାଲି ଆସୁଛନ୍ତି । ଫଳରେ ଦୁର୍ଘଟଣା ହେବା ସହିତ ଦୁର୍ଘଟଣାଜନିତ ମୃତ୍ୟୁ ହେଉଛି । ଏଭଳି ଘଟଣାରେ ଡ୍ରାଇଭରଙ୍କ କୌଣସି ଭୁଲ ନ ଥାଇ ବି ସେମାନେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଛନ୍ତି ।

ଏହାମଧ୍ୟ ପଢନ୍ତୁ.. ହିଟ୍ ଆଣ୍ଡ୍ ରନ ଆଇନକୁ ବିରୋଧ, ରାଜଧାନୀରେ ଗର୍ଜିଲେ ଟ୍ରକ ଡ୍ରାଇଭର

ସରକାରଙ୍କ ଏହି ନୂତନ ନିୟମ ଦ୍ୱାରା ଡ୍ରାଇଭରମାନେ ଅସୁରକ୍ଷିତ ଅଟନ୍ତି ବୋଲି ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି । ତେବେ ଡ୍ରାଇଭରମାନଙ୍କୁ ସାମାଜିକ ନିରାପତ୍ତା ଓ ସୁରକ୍ଷା ଯୋଗାଇ ଦେବା ସହିତ କେନ୍ଦ୍ର ସରକାର ଆଣିଥିବା ଏହି ନୂତନ ଆଇନକୁ ପ୍ରତ୍ୟାହାର କରି ନେବା ପାଇଁ ଦାବି ରଖିଛନ୍ତି । ଏହି ଦାବିରେ ରାଜ୍ୟ ସଂଘ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଜିଲ୍ଲା ସଂଘ ପକ୍ଷରୁ ଆଜି(ଶୁକ୍ରବାର)ଠାରୁୁୁ ଷ୍ଟିଅରଂ ଛାଡ ଆନ୍ଦୋଳନ କରାଯାଇଛି । ଦାବି ପୂରଣ ନହେବା ଯାଏଁ ଅର୍ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।

ଉଭୟ ଘରୋଇ ଓ ସରକାରୀ ଗାଡି ଡ୍ରାଇଭରମାନେ ଏକତ୍ରିତ ହୋଇ ଷ୍ଟିଅରଂ ଛାଡ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ସଂଘ ପକ୍ଷରୁ ଡ୍ରାଇଭରମାନେ ଗାଡି ଚଳାଇବା ସମୟରେ ମଦ୍ୟପାନ ନ କରିବାକୁ ଅନୁରୋଧ କରାଯାଇଛି । ମଦ୍ୟପାନ କରି ଗାଡି ଚଳାଇଲେ ମଦ୍ୟପ ଡ୍ରାଇଭରମାନଙ୍କ ଲାଇସେନ୍ସ ପରିବହନ ଅଧିକାରୀ ସବୁଦିନ ପାଇଁ ରଦ୍ଦ କରିବାକୁ ନିବେଦନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.