ସୁବର୍ଣ୍ଣପୁର: ଦୂଷିତ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହର ପାର୍ଶ୍ବରେ ଯାଇଥିବା ନିବୃତ୍ତି ଯୋର । ସହରର ଦୁର୍ଗା ମଣ୍ଡପ ଛକରୁ ନୂଆଁପଡା ରାସ୍ତା ଦେଇ ସହର ବାହାର ଯାଏଁ ଭୂତଳ ଡ୍ରେନେଜ ବ୍ୟବସ୍ଥା କରାଯାଇଛି । ଯାହାକୁ ସହରବାସୀ ସ୍ବାଗତ କରିଛନ୍ତି । କିନ୍ତୁ ଏହି ଭୂତଳ ଡ୍ରେନେଜ ସହର ବାହାରକୁ ଆସିବା ପରେ ସିଧାସଳଖ ଯୋଡି ହୋଇଛି ନିବୃତ୍ତି ଯୋର ସହିତ । ଯାହା ଫଳରେ ସହରର ସମସ୍ତ ଦୂଷିତ ଜଳ ସିଧାସଳଖ ଯୋରରେ ପଡୁଛି ।
ଏପଟେ ଅଧିକାଂଶ ଲୋକ ନିବୃତ୍ତୀ ଯୋର ଉପରେ ନିର୍ଭର କରୁଥିବାରୁ ଏନେଇ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ସହରରୁ ବାହାରୁଥିବା ଜଳକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ଲଗାଇ ଯୋରକୁ ନିଷ୍କାସନ କରିବା ପାଇଁ ସହରବାସୀ ଦାବି କରିଛନ୍ତି । ଅପରପକ୍ଷରେ ଏହାର ବିକଳ୍ପ ପାଇଁ ଚିନ୍ତା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ