ସୁବର୍ଣ୍ଣପୁର: ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ବାଳିକାର ମୃତ୍ୟୁ ହୋଇଥିବା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଜିଲ୍ଲାର କପାସିରା ଗାଁର 12 ବର୍ଷୀୟ ଲୀଳା
ଡାକ୍ତର ଶଶାଙ୍କ ଶେଖର ପଧାନଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ମୃତ ବାଳିକାର ବାପା ଡିଙ୍ଗର ପଧାନ ଥାନାରେ ଅଭିଯୋଗ କରିଛନ୍ତି ।
ରବିବାର ସକାଳୁ ଝିଅଟିର ସ୍ବାସ୍ଥ୍ୟ ଖରାପ ହେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉପସ୍ଥିତ ଡାକ୍ତର ଆବଶ୍ୟକ ଔଷଧ ଦେଇ ଡ୍ୟୁଟି ସରି ଯିବା ପରେ ଡାକ୍ତର ଶଶାଙ୍କ ପହଞ୍ଚିଥିଲେ । ହେଲେ ବାରମ୍ବାର ଅନୁରୋଧ ପରେ ବି ଡାକ୍ତର ଶଶାଙ୍କ ତ ରୋଗୀକୁ ଦେଖିଲେ ନାହିଁ ଓଲଟି ଷ୍ଟାଫ ନର୍ସ ଓ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ମୃତ ବାଳିକାର ପରିବାର ଲୋକ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ