ETV Bharat / state

ମା' ସୁରେଶ୍ୱରୀଙ୍କ ପୀଠରେ ଦୀପାବଳି, ଛୁଟିଲା ଶ୍ରଦ୍ଧାଳୁଙ୍କ ସୁଅ

author img

By ETV Bharat Odisha Team

Published : Nov 12, 2023, 10:25 PM IST

ସୁବର୍ଣ୍ଣପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ଦୀପାବଳୀର ଦୀପଯଜ୍ଞ ଆୟୋଜିତ । ଦୀପାବଳୀର ଦୀପଯଜ୍ଞ ପାଇଁ ମନ୍ଦିର କମିଟି, ମନ୍ଦିରର ସେବାୟତ ତଥା ସ୍ବେଚ୍ଛାସେବୀମାନଙ୍କ ପକ୍ଷରୁ ବ୍ୟାପକ ଆୟୋଜନ । ଅଧିକ ପଢ଼ନ୍ତୁ

Maa Sureswari Temple
Maa Sureswari Temple
Maa Sureswari Temple

ସୁବର୍ଣ୍ଣପୁର: ଆଜି ପବିତ୍ର ଦୀପାବଳି ଓ କାଳୀପୂଜା । ଏହି ଅବସରରେ ରାଜ୍ୟର ସମସ୍ତ ଶକ୍ତି ପୀଠମାନଙ୍କରେ ଧୁମଧାମରେ ଚାଲିଛି କାଳୀପୂଜା । ଏନେଇ ସୁବର୍ଣ୍ଣପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ଦୀପାବଳୀର ଦୀପଯଜ୍ଞ ଆୟୋଜିତ ହୋଇଯାଇଛି । ପାହାନ୍ତିଆରୁ ଶହ ଶହ ଶ୍ରଦ୍ଧାଳୁ ଦେବୀ ମା'ଙ୍କ ନିକଟରେ ଦୀପ ସମର୍ପଣ କରି ଜୀବନର ଅନ୍ଧକାର ଦୂରୀଭୂତ ହେବା ସହିତ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କୃପାଭିକ୍ଷା କରିଛନ୍ତି ।

ଦୀପଯଜ୍ଞ ପାଇଁ ଦେବୀ ମା'ଙ୍କ ପୀଠର ସେବାୟତମାନେ ସକାଳୁ ଦେବୀଙ୍କ ସ୍ବତନ୍ତ୍ର ବେଶ କରିଥିଲେ । ଆଜି କାର୍ତ୍ତିକ ଅମାବାସ୍ୟା ତିଥିରେ ଦେବୀଙ୍କ ସ୍ବତନ୍ତ୍ର ପୂଜା ଆରାଧନା ମଧ୍ୟ କରାଯାଇଥିଲା । ସକାଳୁ ସକାଳୁ ଦେବୀ ପୀଠରେ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନେ ସୁବାଷିତ ପୁପ୍ଫ ,ଅଗୁର ,ଚନ୍ଦନ ,କର୍ପୁର ,ଭାସ୍କର ,ସନ୍ଦୁର, ଗଙ୍ଗାଜଳ ଆଦି ପୂଜା ସାମଗ୍ରୀ ସହିତ ଦେବୀଙ୍କ ନିକଟରେ ଦୀପ ସମର୍ପଣ କରିଥିଲେ । ଆଜିର ଦିନରେ ଶ୍ରଦ୍ଧାଳୁମାନେ ଦିନ ତମାମ ଦେବୀଙ୍କ ଆଗରେ ଦୀପ ପ୍ରଜ୍ଜଳନ କରିବା ସହିତ ସଂଧ୍ୟା ଆରତୀରେ ଦେବୀଙ୍କ ନିକଟରେ ଦୀପ ଜଳାଇଥିଲେ । ସଂଧ୍ୟା ଆରତୀ ଦର୍ଶନ କରିବା ସହିତ ଦେବୀଙ୍କ ନିକଟରେ ଦୀପାବଳୀରେ ଦୀପଦାନ କରିବା ପାଇଁ ଦୀପଯଜ୍ଞରେ ଅସଂଖ୍ୟ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.......କାଳୀ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର: ସୁରକ୍ଷା ବ୍ୟବସ୍ଥା କଡାକଡ଼ି, ଡ୍ରୋନ ଜରିଆରେ ରଖାଯିବ ନଜର

ବହୁ ପୂରାତନ କାଳରୁ କାର୍ତ୍ତିକ ଅମାବାସ୍ୟା ତିଥିରେ ଦେବୀଙ୍କ ସ୍ବତନ୍ତ୍ର ପୂଜା ଆରଧନା କରାଯାଉଥିବା ବେଳେ ଶ୍ରଦ୍ଧାଳୁମାନେ ବିଭିନ୍ନ ମାନସିକ ନେଇ ଅମାବାସ୍ୟା ତିଥିରେ ଦେବୀଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରିଥାନ୍ତି । ଦୀପାବଳୀର ଦୀପଯଜ୍ଞ ପାଇଁ ମନ୍ଦିର କମିଟି, ମନ୍ଦିରର ସେବାୟତ ତଥା ସ୍ବେଛାସେବୀମାନଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ଦେବୀଙ୍କ ନିକଟରେ ଦୀପ ସମର୍ପଣ ତଥା ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ସ୍ବେଚ୍ଛାସେବୀମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ତେବେ ଆଜି ମଧ୍ୟରାତ୍ରରୁ ଗଡଜାତ ସହରର ବିଭିନ୍ନ ଯାଗାରେ ମା' କାଳୀଙ୍କ ପୂଜା ଆରାଧନା କରାଯିବ । ଲଗ୍ନ ଅନୁଯାୟୀ ସଂଧ୍ୟାର ପ୍ରଥମ ପ୍ରହରରେ କାଳୀପୂଜା ପାଇଁ ଅଧିବାସ ପର୍ବର ପରିସମାପ୍ତି ହୋଇଥିବା ବେଳେ ମଧ୍ୟରାତ୍ର ନିଶାର୍ଦ୍ଧରେ ମା' କାଳୀଙ୍କୁ ଚକ୍ଷୁଦାନ କରିବା ପୂର୍ବକ ଦେବୀଙ୍କ ଆବାହନ କରାଯିବ । ବିଶେଷକରି ସହରର ଘୋଡାଘାଟ ପଡା ଓ ମଝିପଡା ରାମଧୂନ କ୍ଲବ ପକ୍ଷରୁ ମା' କାଳୀଙ୍କ ପୂଜା ଆରାଧନା କରାଯାଉଛି । ମା'ଙ୍କ ପୂଜା ପାଇଁ ପୂଜା କମିଟି ଗୁଡିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଆସନ୍ତାକାଲି ସଂଧ୍ୟାରୁ ଲଗାତର ସପ୍ତାହେ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ପୂଜା କମିଟି ଗୁଡିକ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.