ETV Bharat / state

ସୁବର୍ଣ୍ଣପୁର ପୋଲିସ କାର୍ଯ୍ୟାଳୟରେ ବିଜାପୁର ବୀରଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Apr 5, 2021, 11:00 PM IST

ଛତିଶଗଡର ବିଜାପୁର ଠାରେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ଶହୀଦ ବୀର ଯବାନ ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ସୁବର୍ଣ୍ଣପୁର: ଛତିଶଗଡର ବିଜାପୁର ଠାରେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ଶହୀଦ ବୀର ଯବାନ ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ, ଡି.ଏସ.ପି ହେମସାଗର ନନ୍ଦ, ରିଜର୍ଭ ଇନ୍ସପେକ୍ଟର ଅମରେନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ଦିନେଶ ମିଶ୍ର, ଉପ ସଭାପତି ପ୍ରକାଶ ଚନ୍ଦ୍ର ବଢେଇ ଓ ଅନ୍ୟାନ୍ୟ ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆରକ୍ଷୀ ଅଧୀକ୍ଷକ ନକ୍ସଲ ମାନଙ୍କ ଏହି ଅମାନବୀୟ କାର୍ଯ୍ୟକୁ ଦୃଢ ନିନ୍ଦା କରିଥିଲେ । ଶହୀଦ ମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରି ସେମାନଙ୍କର ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ସେହିପରି ବିଜୁ ପଟ୍ଟନାୟକ ଛକଠାରେ ବି ସହର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.