ETV Bharat / state

ଆତ୍ମନିର୍ଭରଶୀଳ ଭାରତ ପାଇଁ ସୁବର୍ଣ୍ଣପୁର ବିଜେପିର ପ୍ରେସମିଟ - ଆତ୍ମନିର୍ଭରଶୀଳ ଭାରତ

କୋରୋନା ପରବର୍ତ୍ତୀ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ବୋଲି ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଉଦୃତ କରି ସାମ୍ବାଦିକମାନଙ୍କୁ କେନ୍ଦ୍ର ସରକାରଙ୍କ ଘୋଷିତ ଆର୍ଥିକ ସହାୟତାକୁ ସଭାପତି ସାମ୍ବାଦିକ ମାନଙ୍କ ଆଗରେ ଉପସ୍ଥାପନ କରିଛନ୍ତି ।

district-bjps-press-meet-for-a-atmamnirvarasila-bharat-india
ଆତ୍ମନିର୍ଭରଶୀଳ ଭାରତ ପାଇଁ ଜିଲ୍ଲା ବିଜେପିର ପ୍ରେସମିଟ
author img

By

Published : Jul 10, 2020, 10:52 PM IST

ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ପକ୍ଷରୁ ଆଜି ସ୍ଥାନୀୟ ପ୍ରଭାସ ହୋଟେଲ ସମ୍ବିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଯୋଗଦେଇ ଆତ୍ମନିର୍ଭରଶୀଳ ଭାରତ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। କୋରୋନା ପରବର୍ତ୍ତୀ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ବୋଲି ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଉଦୃତ କରି ସାମ୍ବାଦିକମାନଙ୍କୁ କେନ୍ଦ୍ର ସରକାରଙ୍କ ଘୋଷିତ ଆର୍ଥିକ ସହାୟତାକୁ ସଭାପତି ସାମ୍ବାଦିକ ମାନଙ୍କ ଆଗରେ ଉପସ୍ଥାପନ କରିଛନ୍ତି ।

ଆତ୍ମନିର୍ଭରଶୀଳ ଭାରତ ପାଇଁ ଜିଲ୍ଲା ବିଜେପିର ପ୍ରେସମିଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନାକୁ ସଫଳ କରିବା ପାଇଁ ବିଜେପି କାର୍ଯ୍ୟକର୍ତା ଏହି ଯୋଜନାକୁ ଜିଲ୍ଲାର ପ୍ରତିଟି ଆଭ୍ୟନ୍ତରୀଣ ଅଞ୍ଚଳକୁ ନେବାପାଇଁ ଅନୁରୋଧ କରିଛନ୍ତି । ଦକ୍ଷ ଭାରତ ତଥା ଦକ୍ଷତା ସମ୍ପନ୍ନ ଯୁବ ପୀଢ଼ିକୁ ଆତ୍ମନିର୍ଭରଶୀଳ କରିବା ସହିତ ଏମଏସଏମଇ ଯୋଜନାରେ ତାଲିମପ୍ରାପ୍ତ ଯୁବକମାନଙ୍କୁ ଋଣ ଯୋଗାଇ ଦେବା ସହିତ ବଜ଼ାର ସୁବିଧା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଯୋଜନାକୁ ସଫଳ କରାଯିବ ବୋଲି ଜିଲ୍ଲା ସଭାପତି କହିଛନ୍ତି । ପଶୁ ପାଳନ, ମତ୍ସ୍ୟ ଚାଷ ତଥା ଉଦ୍ୟାନ କୃଷି ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବକମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ସହିତ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । ତେବେ ସୁବର୍ଣ୍ଣପୁରକୁ ଆତ୍ମନିର୍ଭରଶୀଳରେ ପରିଣତ କରିବା ପାଇଁ ବିଜେପି କାର୍ଯ୍ୟକର୍ତା ଆଗେଇ ଆସିବାକୁ ଜିଲ୍ଲା ସଭାପତି ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.