ସୁବର୍ଣ୍ଣପୁର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସୁବର୍ଣ୍ଣପୁରରେ ମଧ୍ୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟିଛି। ତେଣୁ ରାଜ୍ୟରେ ଜାରି ହୋଇଥିବା ଗାଇଡଲାଇନ କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୁବର୍ଣ୍ଣପୁର ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 910କୁ ବୃଦ୍ଧି ପାଇଛି ଏବଂ 180 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଜରୁରୀକାଳୀନ କୋଭିଡ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଜିଲ୍ଲାର ଶିଶୁ ଓ ମାତୃ ଚିକିତ୍ସାଳୟକୁ କୋଭିଡ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯାଇଛି । ଏଥିସହ ମାସ୍କ ପିନ୍ଧିବା,ସାମାଜିକ ଦୂରତ୍ବ ରକ୍ଷା କରିବା, ଜନସମାଗମ ନ କରିବା ଆଦି ଉପରେ ପୋଲିସର କଡ଼ା ନଜର ରହିଛି ।
ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ସମାଗମକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ସେପଟେ କୋଭିଡ ନିୟମ ମାନିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ