ETV Bharat / state

ଦିବ୍ୟାଙ୍ଗଙ୍କ ପାଇଁ ଦିନଟିଏ: ବିଭିନ୍ନ ସ୍ଥାନରେ ଭିନ୍ନକ୍ଷମ ଦିବସ ପାଳିତ - ଶରୀରରୁ ସିନା ଅକ୍ଷମ ମାତ୍ର ମନବଳରେ ସୁ-ଦୃଢ ଦିବ୍ୟାଙ୍ଗ

ଶରୀରରୁ ସିନା ଅକ୍ଷମ ମାତ୍ର ମନୋବଳରେ ସୁଦୃଢ ଦିବ୍ୟାଙ୍ଗ । ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସର୍ବଦା ଆଗଭର ସେମାନେ । ସେଥିପାଇଁ ଡିସେମ୍ବର 3କୁ ବିଶ୍ବ ଭିନ୍ନକ୍ଷମ ଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଦିବ୍ୟାଙ୍ଗଙ୍କ ମନୋବଳ ବଢାଇବା ପାଇଁ ପାଳିତ ହୋଇଛି ବିଶ୍ବ ଭିନ୍ନକ୍ଷମ ଦିବସ ।

_disbaled day celebrated in odisha
ଭିନ୍ନକ୍ଷମ ଦିବସ ପାଳନ କଲା ରାଜ୍ଯ
author img

By

Published : Dec 3, 2019, 7:44 PM IST

ଭୁବନେଶ୍ବର: ଶରୀରରୁ ସିନା ଅକ୍ଷମ ମାତ୍ର ମନୋବଳରେ ସୁଦୃଢ ଦିବ୍ୟାଙ୍ଗ । ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସର୍ବଦା ଆଗଭର ସେମାନେ । ସେଥିପାଇଁ ଡିସେମ୍ବର 3କୁ ବିଶ୍ବ ଭିନ୍ନକ୍ଷମ ଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଦିବ୍ୟାଙ୍ଗଙ୍କ ମନୋବଳ ବଢାଇବା ପାଇଁ ପାଳିତ ହୋଇଛି ବିଶ୍ବ ଭିନ୍ନକ୍ଷମ ଦିବସ ।

ବୌଦ୍ଧ ଜିଲ୍ଲାର ଟାଉନହଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର ଉତ୍ସବ । ଉତ୍ସବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନୃତ୍ୟ, ଗୀତ, ଅଭିନୟ, ମିମିକ୍ରି ଭଳି ବିଭିନ୍ନ ଦିଗରେ ଛାତ୍ରଛାତ୍ରୀ ଅତି ଉଚ୍ଚକୋଟୀର କଳା ପ୍ରଦର୍ଶନ କରିଥିଲେ । ବିଶେଷ ଭାବେ ଦୃଷ୍ଟିହୀନ ଛାତ୍ରଙ୍କ ଦ୍ବାରା ବିଭିନ୍ନ ପଶୁପକ୍ଷୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବରକୁ ନକଲ କରିବା ।

ଅନ୍ୟପକ୍ଷେ ସୁବର୍ଣ୍ଣପୁରରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ଏହି ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଣେ ବୈଦେଶିକ ସ୍ବେଚ୍ଛାସେବୀ ଉର୍ଲିକ ଜାସିନ ଯୋଗଦେଇ ସମ୍ବଲପୁରୀ ଭାଷାରେ ଦିବ୍ୟାଙ୍ଗଙ୍କ ପାଇଁ ଆନ୍ତର୍ଜାତିକ ସ୍ତରରେ ଥିବା ସୁବିଧା ସୁଯୋଗ ସମ୍ପର୍କରେ ତାଙ୍କର ଅଭିଭାଷଣ ରଖିଥିଲେ । ଅନ୍ୟ ମାନଙ୍କ ଭିତରେ ଶରତ ଚନ୍ଦ୍ର ପଣ୍ଡା ଯୋଗଦେଇ ଜିଲ୍ଲାର ଭିନ୍ନକ୍ଷମ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବି ଆଲୋଚନା କରିଥିଲେ ।

ଭିନ୍ନକ୍ଷମ ଦିବସ ପାଳନ କଲା ରାଜ୍ଯ

କୋରାପୁଟରେ ମଧ୍ୟ ଏହି ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜନ କରା ଯାଇଥିଲା । ଏଥିରେ 25ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗଙ୍କ ଦ୍ବାରା ବାହାରିଥିବା ଶୋଭାଯାତ୍ରାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ନଗର ପରିକ୍ରମା କରି ଦିବ୍ୟାଙ୍ଗଙ୍କ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିଥିଲେ ।

ସେହିପରି ଦେବଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାରେ ଏହି ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମ କାନ୍ତ ଏକ୍କା ଯୋଗ ଦେଇଥିଲେ । ଏହି ଅବସରରେ ସାଧାରଣ ସଭାର ଆୟୋଜନ କରି ସମାଜରେ ଦିବ୍ୟାଙ୍ଗଙ୍କ ପାଇଁ ରହିଥିବା ସମସ୍ତ ସରକାରୀ ସୁବିଧା ସୁଯୋଗ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଅନ୍ୟପକ୍ଷେ ସମ୍ବଲପୁରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗ୍ୟ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଆବଶ୍ୟକତା ଅନୁସାରେ ଶ୍ରବଣଯନ୍ତ୍ର, କୃତ୍ରିମ ଅଙ୍ଗ, ଟ୍ରାଇ ସାଇକେଲ୍ ଏବଂ ଆଶାବାଡି ପ୍ରଦାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.