ETV Bharat / state

ଦିବ୍ୟାଙ୍ଗଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର

author img

By

Published : Feb 7, 2021, 8:57 PM IST

ଅସହାୟ ଦିବ୍ୟାଙ୍ଗଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦେବାକୁ ନିୟମ ରହିଛି । ହେଲେ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉ ନାହିଁ । ଏଭଳି ଜଣେ ଦିବ୍ୟାଙ୍ଗ ଘର ନ ପାଇ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଥିବା ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରୁ। ଅଧିକ ପଢନ୍ତୁ...

dibyanga didnot get PM Abbas
ଦିବ୍ୟାଙ୍ଗଙ୍କୁ ମିଳୁନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର

ସୁବର୍ଣ୍ଣପୁର: ପ୍ରତିଟି ପରିବାରର ମୁଣ୍ଡ ଉପରେ ପକ୍କା ଛାତ । ଏହି ଯୋଜନା କେବଳ ଘୋଷଣାରେ ହିଁ ସୀମିତ ରହିଛି । ବିଶେଷକରି ଗରିବ , ଅସହାୟ ଦିବ୍ୟାଙ୍ଗମାନଙ୍କୁ ଅଗ୍ରାଧିକାର ଭିତିରେ ଘର ଯୋଗାଇ ଦେବାକୁ ନିୟମ ରହିଛି । ହେଲେ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉ ନାହିଁ । ଏଭଳି ଜଣେ ଦିବ୍ୟାଙ୍ଗ ଘର ନ ପାଇ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଥିବା ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଗୋଧନେଶ୍ବର ଗାଁରୁ ।

ଗାଁର ଶାନ୍ତାନୁ ଖମାରୀ ନିଜ ସ୍ତ୍ରୀ ସହ ଦୁଇ ଛୁଆଙ୍କୁ ନେଇ ବଡ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଭଙ୍ଗା ଚାଳ ଛପର ଘରେ ଜରିପାଲ ଖଣ୍ଡେ ଦେଇ ଖରା, ବର୍ଷା, ଶୀତ ସବୁଦିନ ରହୁଛନ୍ତି ପୁରା ପରିବାର । ଶାନ୍ତାନୁ ଜଣେ ଦିବ୍ୟାଙ୍ଗ ହୋଇ ଥିବାରୁ ନିଜେ କାମ କରିବାକୁ ସକ୍ଷମ ନୁହନ୍ତି । କେବଳ ଭତା ଟଙ୍କା ସହ ନିଜ ସ୍ତ୍ରୀର ଉପାର୍ଜନରେ ବଡ କଷ୍ଟରେ ଚଳୁଛି ପୁରା ପରିବାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଁ ସ୍ଥାନୀୟ ସରପଞ୍ଚ ଠୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ହେଁ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ଗରିବ ଅସହାୟ ମାନଙ୍କ ପାଇଁ ଆସୁଥିବା ସରକାରୀ ଘରକୁ କିଛି ଧନି ଶ୍ରେଣୀର ଲୋକ ହାତେଇ ଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ ପଡିଯାଉଛନ୍ତି । ଟଙ୍କା ପଇସା ଦେଇ ନ ପାରିବାରୁ ତାଙ୍କୁ ଘରଟିଏ ମିଳୁନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ଶାନ୍ତନୁ ।

ଅପରପକ୍ଷରେ ବର୍ତ୍ତମାନ ତାଙ୍କ ନାମ ଏସଇସିସି ତାଲିକାରେ ନାମ ନାହିଁ । ତେଣୁ ତାଙ୍କ ଦରଖାସ୍ତ ରଖି ଆଗାମୀ ଦିନରେ ତାଙ୍କୁ ବିଜୁ ପକ୍କାଘର ଯୋଜନାରେ ଆଗ୍ରାଧିକାର ଭିତ୍ତିରେ ସାମିଲ କରିବେ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.