ETV Bharat / state

ରଙ୍ଗବତୀ ଲୋକନୃତ୍ୟରେ ଦେଉଲଝରି ମହୋତ୍ସବ ଉଦଯାପିତ

author img

By ETV Bharat Odisha Team

Published : Nov 19, 2023, 12:37 PM IST

ସୁବର୍ଣ୍ଣପୁରର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତରେ ତିନି ଧରି ଚାଲିଥିବା ଦେଉଳଝରି ମହୋତ୍ସବ ଉଦଯାପିତ । ଅଧିକ ପଢ଼ନ୍ତୁ

ଦେଉଲଝରି ମହୋତ୍ସବ
ଦେଉଲଝରି ମହୋତ୍ସବ
ଦେଉଲଝରି ମହୋତ୍ସବ

ସୁବର୍ଣ୍ଣପୁର: ଶେଷ ହୋଇଛି ଦେଉଳଝରି ମହୋତ୍ସବ । ସୁବର୍ଣ୍ଣପୁରର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତରେ ତିନି ଧରି ଚାଲିଥିବା ଏହି ମହୋତ୍ସବ ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଛି । ତେବେ ଦେଉଳଝରି ସିଦ୍ଧେଶ୍ୱର ପୀଠ ଠାରେ ପ୍ରଥମ କରି ଦେଉଳଝରି ମହୋତ୍ସବ ଆୟୋଜିତ ହୋଇଥିଲା । ଯାହା ଗତକାଲି ଆଧୁନିକ ରଙ୍ଗବତୀ ଗୀତର ଲୋକନୃତ୍ୟରେ ଦେଉଲଝରି ମହୋତ୍ସବ ଉଦଯାପିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ ଭୈରବୀ ମହୋତ୍ସବର ଶୁଭାରମ୍ଭ, ଲୋକନୃତ୍ୟରେ ଝୁମିବେ ଦର୍ଶକ

ତେବେ ସୁବର୍ଣ୍ଣପୁର-ରେଢାଖୋଲ ସୀମାନ୍ତରେ ପ୍ରଶାସନିକ ଆଢୁଆଳରେ ରହି ଆସିଛି ଏହି ପୀଠ । ଗଡଜାତ ଐତିହ୍ୟ ଓ ଲୋକ ସଂସ୍କୃତିର ବିଭବରେ ଭରପୁର ଦେଉଳଝରି ଠାରେ ତିନି ଦିନ ଧରି ଏହି ମହୋତ୍ସବ ଆୟୋଜନ କରାଯାଇଥିଲା । ମହୋତ୍ସବର ଆରମ୍ଭରେ ଗିରି ଗୋବର୍ଦ୍ଧନ ପୂଜା ଓ ଉଦୟ -ଅସ୍ତ ନାମ ଯଜ୍ଞର ଆୟୋଜନ କରାଯାଇଥିଲା । ଏହା ପରଦିନ ସୁନ୍ଦରାକାଣ୍ଡ ପାରାୟଣ, ମହିଳା ସଂକୀର୍ତ୍ତନ ଏହି ମହୋତ୍ସବରେ ସାମିଲ ହୋଇଥିଲା । ଅନ୍ତିମ ଦିବସରେ ରୁମକୁଝୁମାନା ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଲୋକଗୀତ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । କଳା ଓ ସଂସ୍କୃତି ଉପରେ ଆଧାରିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଭିତରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବରେ ସାମିଲ ଲୋକ କଳାକାରମାନଙ୍କୁ ସମ୍ମାନିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଦେକୁଳବାରେ ଗିରି ଗୋବର୍ଦ୍ଧନ ମହୋତ୍ସବ, ଯୋଗ ଦେଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର

ପର୍ଯ୍ୟଟନୀୟ ବିଭବରେ ଭରପୁର ଏହି ଦେଉଳଝରି ପୀଠକୁ ଗମନା ଗମନର ସୁବିଧା ସାଙ୍ଗକୁ ପିଇବା ପାଣି, ବିଶ୍ରାମ ଗୃହ, ସଂକୀର୍ତ୍ତନ ମଣ୍ଡପ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରାଯିବ ବୋଲି ମହୋତ୍ସବରେ ପ୍ରତିଶୃତି ଦେଇଛନ୍ତି ବିଧାୟକ । ପ୍ରାକୃତିକ ଶୋଭାରାଜିରେ ଭରପୁର ଏହି ଦେଉଳଝରୀର ଆଧ୍ୟାତ୍ମିକ ପରିବେଶ ସହିତ କିଛି ସମୟ ପ୍ରକୃତି କୋଳରେ ବିତାଇଲେ ବେଶ ଆନନ୍ଦ ମିଳୁଛି ନିଶ୍ଚୟ । ତେବେ ପ୍ରକୃତିରାଣୀର ଶୋଭାରାଜିର ଶ୍ରୀବୃଦ୍ଧି ସହିତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବା ଏହି ଦେଉଳଝରି ମହୋତ୍ସବର ଉଦ୍ଦେଶ୍ୟ ବୋଲି କମିଟି ସୂଚନା ଦେଇଛନ୍ତି । ତେଣୁ ଦେଉଳଝରି ମଠ ମହାରାଜ ମନୋହର ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ପ୍ରଥମ ଦେଉଳଝରି ମହୋତ୍ସବ ବେଶ ସଫଳ ହୋଇ ପାରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.