ETV Bharat / state

ଜମାରାଶି ଆତ୍ମସାତ କଲା କମ୍ପାନୀ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଜମାକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ - ଜମାକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଜମାକାରୀଙ୍କୁ ଠକିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାଜ୍ୟ ଜମାକାରୀ ମିଳିତ ମଞ୍ଚ । ଅଧିକ ପଢ଼ନ୍ତୁ

depositors protest
depositors protest
author img

By ETV Bharat Odisha Team

Published : Nov 9, 2023, 8:03 AM IST

Updated : Nov 9, 2023, 8:49 AM IST

depositors protest

ସୁବର୍ଣ୍ଣପୁର: ରାଜରାସ୍ତାକୁ ଓହ୍ଲାଇଲେ ରାଜ୍ୟ ଜମାକାରୀ ମିଳିତ ମଞ୍ଚ । ଜମାକାରୀଙ୍କୁ ଠକିବା ଅଭିଯୋଗରେ ଆନ୍ଦୋଳନ । ଏନେଇ ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ଜମାକାରୀ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ଜମାକାରୀ ମିଳିତ ମଞ୍ଚର ସଭାନେତ୍ରୀ ଅନୁରାଧା ସୁବୁଦ୍ଧିଙ୍କ ନେତୃତ୍ୱରେ ଜମାକାରୀମାନେ ସହରର ପୁରୁଣା ଟାଉନ ହଲଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୂଚନା ମୁତାବକ, ଗତ 10 ବର୍ଷ ହେଲା ଜମାକାରୀମାନଙ୍କୁ ରାଜ୍ୟ ସରକାର ଠକି ଆସୁଛନ୍ତି । ଜମାକାରୀମାନେ ନିଜ ସଞ୍ଚିତ ଅର୍ଥକୁ ଅର୍ଥ କାରବାର କରୁଥିବା ବିଭିନ୍ନ କମ୍ପାନିରେ ଜମା କରିଥିଲେ । ରାଜ୍ୟ ସରକାରଙ୍କ ବିଧାୟକ, ସାଂସଦ, ବରିଷ୍ଠ ପ୍ରଶାସକମାନେ ଜମା କମ୍ପାନୀଗୁଡ଼ିକର ଶୁଭ ଉଦଘାଟନ କରିବା ସହିତ କମ୍ପାନୀଗୁଡିକ ସପକ୍ଷରେ ବିଜ୍ଞାପନ କରି ପ୍ରଚାର କରୁଥିଲେ । ଫଳରେ ନୀରିହ ଜନସାଧାରଣ ନିଜର ସଞ୍ଚିତ ଅର୍ଥର ଅଧିକ ସୁଧ ତଥା ଅର୍ଥ ଦ୍ବିଗୁଣିତ ହେବା ଆଶାରେ କମ୍ପାନିମାନଙ୍କରେ ଜମା କରିଥିଲେ । ହେଲେ କମ୍ପାନିଗୁଡିକ ଜମାକାରୀଙ୍କୁ ଭୂଆଁ ବୁଲାଇ ଜମାରାଶି ଆତ୍ମସାତ କରିଛନ୍ତି । ରାଜ୍ୟ ସରକାର କମ୍ପାନିଗୁଡିକର ସମ୍ପତ୍ତି ଜବତ କରିଥିଲେ ମଧ୍ୟ ସେହି ସଂପତ୍ତିକୁ ବିକ୍ରି କରି ଜମାକାରୀଙ୍କ ଜମାରାଶି ଏ ପର୍ଯ୍ୟନ୍ତ ଫେରେଇ ନ ଥିବା ଅଭିଯୋଗ ହୋଇଛି । ସେହିପରି ଅର୍ଥ କାରବାର କରୁଥିବା ଘରୋଇ କମ୍ପାନିଙ୍କୁ ଜମାରାଶି ଫେରସ୍ତ କରିବା ପାଇଁ ରାଜ୍ୟ ସରକାର ଅନେକବାର ଘୋଷଣା କରିଛନ୍ତି । ହେଲେ ଏଯାଏଁ ତହସିଲ କାର୍ଯ୍ୟାଳୟ ମାଧ୍ୟମରେ ଜମାକାରୀଙ୍କୁ ଚିହ୍ନଟ ବି କରି ପାରିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ- ଭତ୍ତା କରାଇଦେବା ନାଁରେ ଅର୍ଥ ଆତ୍ମସାତ !

ତେବେ ତୁରନ୍ତ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିବା ସହିତ ଜମାକାରୀଙ୍କୁ ସୁଧ ସହିତ ଜମାରାଶି ଫେରସ୍ତ କରିବା ପାଇଁ ଦାବି କରିଛନ୍ତି ଅଭିଯୋଗକାରୀ। ବିଶେଷ କରି ଶ୍ରମଜୀବୀମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ କରି ନିଜ ତଥା ନିଜ ପରିବାରର ଭବିଷ୍ୟତ ପାଇଁ ସଞ୍ଚିତ ଅର୍ଥ ବିଭିନ୍ନ କମ୍ପାନିରେ ଜମା ଦେଇଥିଲେ । ତେଣୁ ଜମା ସଂସ୍ଥା ନୀରିହ ଜମାକାରୀଙ୍କ ଯାହା ବି ଅର୍ଥ ଆତ୍ମସାତ କରିଛନ୍ତି ସେସବୁ ଅର୍ଥ ତୁରନ୍ତ ଫେରସ୍ତ କରିବା ପାଇଁ ଦାବି ହୋଇଛି ।ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ବେଳେ ଦାବି ପୂରଣ ନ ହେଲେ ଆଗକୁ ଦୁର୍ବାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Nov 9, 2023, 8:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.