ETV Bharat / state

ଆମକୁ ଆମ ଜଙ୍ଗଲରେ କାମ ଦିଅ: ଲୁକାପାଲି ଗ୍ରାମବାସୀ - ବିକ୍ଷୋଭ

ଗାଁରେ ବସବାସ କରୁଛନ୍ତି । ଯେତେବେଳେ ଯାହା କାମ ମିଳେ ତାକୁ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଆଶା ଥିଲା ଗ୍ରାମ୍ୟ ଜଙ୍ଗଲରେ ହେଉଥିବା ବୃକ୍ଷରୋପଣ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯିବ । ଫଳରେ କିଛି ପଇସା ରୋଜଗାର କରିବେ । କିନ୍ତୁ ଏମାନଙ୍କର ଆଶାରେ ଖଳନାୟକ ସାଜିଲେ ଫରେଷ୍ଟର ଓ ବନପାଳ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 8, 2019, 3:05 AM IST

ସୁବର୍ଣ୍ଣପୁର: କାମ ଦାବିରେ ବିକ୍ଷୋଭ । ଏମିତି ଏକ ଭିନ୍ନ ଘଟଣା ଘଟିଛି ଜିଲ୍ଲାର ତରଭା ବ୍ଳକ ଲୁକାପାଲି ଗାଁରେ । ଏଠାରେ ଶ୍ରମିକମାନେ ଜିଲ୍ଲା ବନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁର ଦିନ ମଜୁରିଆମାନଙ୍କୁ ଗାଁ ଜଙ୍ଗଲରେ ଚାଲୁଥିବା ବନ ବିଭାଗର କାର୍ଯ୍ୟରେ ନିୟୋଜିତ କରିବା ଦାବିରେ ଶ୍ରମଜିବୀମାନେ ଏହି ଆନ୍ଦୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବର୍ତ୍ତମାନ ଲୁକାପାଲି ଗାଁରେ ଥିବା ପ୍ରାୟ 200 ହେକ୍ଟର ପରିମିତ ଜଙ୍ଗଲରେ ଚାରା ରୋପଣ କାର୍ଯ୍ୟ କରାଯାଉଛି । ଗାଁ ଲୋକେ ଏହି କାର୍ଯ୍ୟରେ ଗାଁର ଦିନ ମଜୁରିଆମାନଙ୍କୁ ନିୟୋଜିତ କରିବା ପାଇଁ ଦାବି କରିଛନ୍ତି । ଗ୍ରାମ୍ୟ କମିଟି ଗଠନ କରିବା ସହିତ ଜଙ୍ଗଲର ସୁରକ୍ଷା ଓ ବନୀକରଣ କାର୍ଯ୍ୟରେ ଗ୍ରାମବାସୀଙ୍କୁ ସାମିଲ କରିବା ପାଇଁ ଦାବି କରିଛନ୍ତି ।

ଏଥିପାଇଁ ଗ୍ରାମବାସୀ ଲୁକାପାଲି ଗ୍ରାମ୍ୟ ଜଙ୍ଗଲ ଦାୟିତ୍ବରେ ଥିବା ଫରେଷ୍ଟର ଭକ୍ତବନ୍ଧୁ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ହେଲେ ଫରେଷ୍ଟର ଅନ୍ୟ ସ୍ଥାନରୁ ଶ୍ରମଜୀବୀମାନଙ୍କୁ ଆଣି ବନୀକରଣ କାର୍ଯ୍ୟରେ ନିୟୋଜିତ କରୁଥିବା ବେଳେ ଗ୍ରାମବାସୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଫଳରେ ଲୁକାପାଲି ଗ୍ରାମବାସୀ ଜିଲ୍ଲା ଜିଲ୍ଲା ବନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ।

ଜିଲ୍ଲା ବନ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ଲୁକାପାଲି ଗାଁ ଲୋକଙ୍କ ସହିତ ଆଲୋଚନା ପରେ ତୁରନ୍ତ ଏହାର ସମାଧାନ କରିବେ ବୋଲି ଗାଁ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.