ETV Bharat / state

ବିଜୁଳି ଯୋଗାଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ବଲାଡି ଗାଁର ୱେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 13, 2019, 2:58 PM IST

ସୁବର୍ଣ୍ଣପୁର: ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ବଲାଡି ଗାଁର ୱେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବନେତା ବଳଦେବ ବେଦବାଗଙ୍କ ନେତତ୍ବରେ ବିଜୁଳି ଉପଭୋକ୍ତାମାନେ ସ୍ଥାନୀୟ ସମଲେଇ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ ।

ସେଠାରେ ସ୍ଲୋଗାନ ବାଜି କରିବା ସହିତ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବଲାଡି ଗାଁରେ ଗରିବ ହିତାଧିକାରୀମାନେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଥିବାବେଳେ ଆଜିକୁ ଦୁଇ ମାସରୁ ଅଧିକ ସମୟ ହେଲା ବିଜୁଳି ପାଉନାହାଁନ୍ତି ।

ଏପରିକି ଶତାଧିକ ଉପଭୋକ୍ତା ଏକମାତ୍ର 25 କେଭି ବିଦ୍ୟୁତ ଟ୍ରାନ୍ସଫରମର ଉପରେ ନିର୍ଭର କରୁଥିବାରୁ ବିଜୁଳି ଆସିଲେ ବି ଏଲଇଡି ବଲବ୍ ଜଳୁନାହିଁ । ଯାହାଫଳରେ ପ୍ରଚଣ୍ଡ ଗ୍ରୀଷ୍ମରେ ମଧ୍ୟ ପଙ୍ଖା, କୁଲର ତଥା ଅନ୍ୟାନ୍ୟ ବିଜୁଳି ଜନିତ ଘରୋଇ ଉପକରଣ ବ୍ୟବହାର କରିବାକୁ ଜନସାଧାରଣ ବଞ୍ଚିତ ହେଉଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ତେଣୁ ତୁରନ୍ତ ଟ୍ରାନ୍ସଫରମର ଉନ୍ନତିକରଣ କରା ନଗଲେ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଦେବା ପାଇଁ ଉପଭୋକ୍ତାମାନେ ଧମକ ଦେଇଛନ୍ତି । ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦେବା ପାଇଁ ନିର୍ବାହୀଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜନସାଧାରଣ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

sdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.