ETV Bharat / state

ମନରେଗା ଯୋଜନାରେ କାମ ଯୋଗାଇବାକୁ ଦାବି

author img

By

Published : Nov 9, 2021, 9:31 PM IST

ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଶ୍ରମିକ ମାନେ ଧାରଣା ଦେଇଛନ୍ତି । ଶ୍ରମିକ ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ମନରେଗା ଯୋଜନାରେ କାମ ଯୋଗାଇ ଦେବା ଦାବୀରେ ଏହି ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ...

MNREGA scheme
MNREGA scheme

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଶ୍ରମିକ ମାନେ ଧାରଣା ଦେଇଛନ୍ତି । ଶ୍ରମିକ ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ମନରେଗା ଯୋଜନାରେ କାମ ଯୋଗାଇ ଦେବା ଦାବିରେ ଏହି ଆନ୍ଦୋଳନ କରିଛନ୍ତି । ଜିଲ୍ଲାର ଉଲୁଣ୍ଡା ବ୍ଲକ ମହଦା ପଞ୍ଚାୟତର ଶ୍ରମିକମାନେ ଆଜିକୁ 4 ମାସ ହେଲା ମନରେଗା ଯୋଜନାରେ ମାଟି କାମ ଯୋଗାଇ ଦେବା ପାଇଁ ସରପଞ୍ଚ , ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପଞ୍ଚାୟତ ସମିତି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ବି କାମ ଯୋଗାଇ ଦିଆଯାଇ ପାରୁନାହିଁ ।

ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ଦାବି

ଫଳରେ ଏହି କୋଭିଡ ପରିସ୍ଥିତିରେ ଶ୍ରମିକମାନେ କାମ ନ ପାଇ ଘରେ ବସି ରହିଥିବା ବେଳେ ମନରେଗା ଯୋଜନାରେ ମେସିନ ଲଗାଇ ମାଟି କାମ କରାଯାଉଥିବା ଅଭିଯୋଗ ହୋଇଛି । ଶ୍ରମିକ ବଦଳରେ ମେସିନ ମନରେଗା ଯୋଜନାର କାର୍ଯ୍ୟ କରୁଥିବା ବେଳେ ମିଥ୍ୟା ବିଲ ତିଆରି କରି ପ୍ରତିଟି ପ୍ରକଳ୍ପର ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି ।

ତେବେ ଶ୍ରମିକମାନଙ୍କୁ ତୁରନ୍ତ କାମ ଯୋଗାଇ ଦେବା ପାଇଁ ଶ୍ରମିକମାନେ କୋଡି କୋଦାଳ ଆଦି ନେଇ ଧାରଣାରେ ବସିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ଲିଖିତ ଭାବେ ପ୍ରତିଶୃତି ନ ଦେବା ଯାଏଁ ଧାରଣାରେ ବସି ରହିବେ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.