ETV Bharat / state

ମେଡିକାଲ ପରିସରରେ ଜେନେରିକ ଔଷଧ ଦୋକାନ ଖୋଲିବା ଦାବି - ଜେନେରିକ ଔଷଧ ଦୋକାନ ଦାବି

ସୁବର୍ଣ୍ଣପୁର ସହରର ମଝିପଡାରେ ଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରର ଲୋକମାନେ କମ ମୂଲ୍ୟରେ ମେଡିସିନ୍ ପାଇ ବେଶ ଖୁସିଥିବା ଜଣାପଡିଛି । ଏପରିକି ପ୍ରତିଟି ଡାକ୍ତରଖାନା ପରିସରରେ ଜେନେରିକ ଔଷଧ ଦୋକାନ କଲେ ଲୋକେ ଉପକୃତ ହେବେ ବୋଲି ସାଧାରଣରେ ଆଲୋଚନା ହେଉଛି। ଅଧିକ ପଢନ୍ତୁ...

ମେଡିକାଲ ପରିସରରେ ଜେନେରିକ ଔଷଧ ଦୋକାନ ଦାବି
ମେଡିକାଲ ପରିସରରେ ଜେନେରିକ ଔଷଧ ଦୋକାନ ଦାବି
author img

By

Published : Dec 11, 2020, 9:57 AM IST

ସୁବର୍ଣ୍ଣପୁର: ମେଡ଼ିସିନ ଦୋକାନରେ ଲାଗିଛି ଭିଡ଼। ଜଣେ ପରେ ଜଣେ ମେଡ଼ିସିନ କିଣି ଘରକୁ ଫେରୁଛନ୍ତି। ସୁବର୍ଣ୍ଣପୁର ସହରର ମଝିପଡାରେ ଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରର ଲୋକମାନେ କମ ମୂଲ୍ୟରେ ମେଡିସିନ୍ ପାଇ ବେଶ ଖୁସିଥିବା ଜଣାପଡିଛି ।

ମେଡିକାଲ ପରିସରରେ ଜେନେରିକ ଔଷଧ ଦୋକାନ ଦାବି

ଲୋକେ ବଜ଼ାରରେ ମିଳୁଥିବା ଅନ୍ୟାନ୍ୟ ଦୋକାନରେ ବିଭିନ୍ନ କମ୍ପାନୀର ଔଷଧର ମୂଲ୍ୟ ଅପେକ୍ଷା 50 ରୁ 90 ପ୍ରତିଶତ କମ ମୂଲ୍ୟରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରରୁ ଔଷଧ ପାଇପାରୁଛନ୍ତି । ଏହି ଦୋକାନରୁ ସାଧାରଣ ଡାଇବେଟିସ ଓ ବ୍ଲଡ଼ ପ୍ରେସର ଠାରୁ ଆରମ୍ଭ କରି ଦୂରାରୋଗ୍ୟ କିଡନୀ, ଲିଭର, ହାର୍ଟ ଆଦି ଔଷଧ ବେଶ କମ ମୂଲ୍ୟରେ ମିଳୁଛି।

ଗ୍ରାହକମାନେ ବି କମ ମୂଲ୍ୟରେ ଔଷଧ କିଣି ବେଶ ଖୁସି ଅନୁଭବ କରୁଛନ୍ତି। ସହରରେ ଏକମାତ୍ର ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଥିବାବେଳେ ଜିଲ୍ଲାର ବିଭିନ୍ନ ସହରରେ ଏଭଳି ଔଷଧ ଦୋକାନ ଖୋଲିବା ସହିତ ଏହାର ପ୍ରଚାରପ୍ରସାର ଦିଗରେ କେନ୍ଦ୍ର ସରକାର ଧ୍ୟାନ ଦେବାକୁ ଦାବି ହେଉଛି । ଏପରିକି ପ୍ରତିଟି ଡାକ୍ତରଖାନା ପରିସରରେ ଜେନେରିକ ଔଷଧ ଦୋକାନ କଲେ ଲୋକେ ଉପକୃତ ହେବେ ବୋଲି ସାଧାରଣରେ ଆଲୋଚନା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.