ETV Bharat / state

ସୁବର୍ଣ୍ଣପୁର ସହର ଦେଇ ସମ୍ବଲପୁର-ଗୋପାଳପୁର ରେଳ ପ୍ରକଳ୍ପ ନିର୍ମାଣ ଦାବି - ସୁବର୍ଣ୍ଣପୁର ଦେଇ ସମ୍ବଲପୁର-ଗୋପାଳପୁର ରେଲୱେ ପ୍ରକଳ୍ପ ନିର୍ମାଣ ଦାବି

ସୁବର୍ଣ୍ଣପୁର-ସମ୍ବଲପୁର-ଗୋପାଳପୁର ପ୍ରସ୍ତାବିତ ରେଳଲାଇନ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଦେଇ ନିର୍ମାଣ କରିବା ପାଇଁ ପୁଣି ଦାବି ଜୋର ଧରିଛି । ଆଜି ସହରର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦାବି ଜିଲ୍ଲା ପ୍ରଶାସନ ପାଖରେ ଉପସ୍ଥାପନ କରାଯାଇଛି । ଅଧିକ ପଢନ୍ତୁ

v
bv
author img

By

Published : Feb 25, 2022, 6:06 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର-ସମ୍ବଲପୁର-ଗୋପାଳପୁର ପ୍ରସ୍ତାବିତ ରେଳଲାଇନ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଦେଇ ନିର୍ମାଣ କରିବା ପାଇଁ ପୁଣି ଦାବି ଜୋର ଧରିଛି । ଆଜି ସହରର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦାବି ଜିଲ୍ଲା ପ୍ରଶାସନ ପାଖରେ ଉପସ୍ଥାପନ କରାଯାଇଛି ।

ସମ୍ବଲପୁର-ଗୋପାଳପୁର ରେଲୱେ ପ୍ରକଳ୍ପ ସୁବର୍ଣ୍ଣପୁର ଦେଇ ନିର୍ମାଣ ପାଇଁ ଦାବି

ନାଗରିକ ମଞ୍ଚର ସଭାପତି ସିତାଂଶୁ ମିଶ୍ରଙ୍କ ନେତୃତ୍ବରେ ମଞ୍ଚର କାର୍ଯ୍ୟକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯୋଗାଯୋଗ କ୍ଷେତ୍ରରେ ଅଶୀ ଦଶକରୁ ଆରମ୍ଭ ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ତୁରନ୍ତ ସଂପୂର୍ଣ୍ଣ କରିବା ସହିତ ସମ୍ବଲପୁର-ଗୋପାଳପୁର ରେଲୱେ ଲାଇନକୁ ସୁବର୍ଣ୍ଣପୁର ସହର ଦେଇ ନିର୍ମାଣ କରିବାକୁ ଦାବି କରିଛନ୍ତି । ତେବେ ଏହି ନୂତନ ରେଲୱେ ପ୍ରକଳ୍ପ ସମ୍ବଲପୁର-ରେଢାଖୋଲ-ବୌଦ୍ଧ ଦେଇ ଗୋପାଳପୁରକୁ ନେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ କରିଛନ୍ତି ।

ଏହି ରେଲୱେ ପ୍ରକଳ୍ପକୁ ସୁବର୍ଣ୍ଣପୁର-ବୌଦ୍ଧ ଦେଇ ନିଆଗଲେ ଆହୁରି ସାତ ଲକ୍ଷରୁ ଅଧିକ ଜନସାଧାରଣ ଯୋଗାଯୋଗ କ୍ଷେତ୍ରରେ ସୁବିଧା ପାଇବା ସହିତ ଜିଲ୍ଲାର ଅର୍ଥନୈତିକ ଉନ୍ନତି ହେବ ବୋଲି ଦାବି କରିଛନ୍ତି । ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.