ETV Bharat / state

ନିଆଁରେ ପୋଡି ହୋଇ ଯୁବତୀ ମୃତ, ପୋଲିସର ତଦନ୍ତ ଜାରି

author img

By

Published : Jan 29, 2021, 11:41 AM IST

ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ରାଣିସର୍ଡା ଗାଁରେ ଜଣେ ଯୁବତୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ପୋଲିସର ତଦନ୍ତ ଜାରି
ପୋଲିସର ତଦନ୍ତ ଜାରି

ସୁବର୍ଣ୍ଣପୁର: ଜିଲ୍ଲାର ତରଭା ଥାନା ଅନ୍ତର୍ଗତ ରାଣିସର୍ଡା ଗାଁରେ ଜଣେ ଯୁବତୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି । ନିଆଁରେ ପୋଡି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ନିଆଁରେ ପୋଡି ହୋଇ ଯୁବତୀ ମୃତ

ଗତ 19 ତାରିଖ ଦିନ ଯୁବତୀ ଜଣକ ନିଆଁରେ ପୋଡି ହୋଇ ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଅନୁସାରେ,ରାଣିସର୍ଡା ଗାଁର 25 ବର୍ଷୀୟ ରାଜୀବ ବେହେରା ବାହାର ଜିଲ୍ଲାକୁ କାମ କରିବାକୁ ଯାଇ ଯୁବତୀଙ୍କୁ ଘରକୁ ଆଣିଥିଲେ । ଦୁହେଁ ସ୍ବାମୀ ସ୍ତ୍ରୀ ଭାବେ ରହୁଥିଲେ ବୋଲି ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ତେବେ ଯୁବତୀ କେଉଁ ଗାଁର ଓ କେଉଁ ପରିସ୍ଥିତିରେ ରାଜୀବ ସହିତ ତାଙ୍କ ଘରକୁ ଆସିଥିଲେ ପୋଲିସ ତଦନ୍ତ କରୁଛି । କେଉଁ କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଛି ତାହା ବି ସ୍ପଷ୍ଟ ଜଣା ପଡିନାହିଁ । ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.