ETV Bharat / state

Sital Sasthi subarnapur: ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ - ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ

ସଂଧ୍ୟାରେ ଦେବଦମ୍ପତ୍ତିଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା । ସଂଧ୍ୟାରେ ଧୂପ ,ଦୀପ ,ନୈବେଦ୍ୟ ,ହରିବୋଳ ହୁଳହୁଳିରେ ମୁଖରିତ ହୋଇଥିଲା ପରିବେଶ । ସଂଧ୍ୟା ଆରତୀ ଦର୍ଶନ କରିବା ସହିତ ଦେବଦେବୀଙ୍କ କୃପା ଲାଭ କରିବାକୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 25, 2023, 11:04 PM IST

ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ

ସୁବର୍ଣ୍ଣପୁର: ଆଜି (ଶୁକ୍ରବାର) ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷ ସପ୍ତମୀ ତିଥିରେ ନବ ଦେବ ଦମ୍ପତ୍ତି ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଗତକାଲି ସହରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତୀମା ବାବା ଚନ୍ଦ୍ରଶେଖର କନ୍ୟା ମାତା ପାର୍ବତୀଙ୍କ ପାଣି ଗ୍ରହଣ କରିବା ପରେ ଗତକାଲି ସଂଧ୍ୟାରେ କନ୍ୟା ପିତାମାତାଙ୍କ ବାସଭବନରେ ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ଦର୍ଶନ ଦେଇଥିଲେ । ଗତକାଲି ବାବା ଚନ୍ଦ୍ର ଶେଖର ଏକ ଆଡମ୍ବରପୂର୍ଣ୍ଣ ବରଯାତ୍ରୀ ଦଳରେ କନ୍ୟାମାତା ପାର୍ବତୀଙ୍କ ବାସଭବନକୁ ଯାଇ କନ୍ୟାମାତାଙ୍କ ପାଣି ଗ୍ରହଣ କରିଥିଲେ । ବୈଦିକ ରୀତିନୀତିରେ ବାବା ଚନ୍ଦ୍ରଶେଖରଙ୍କ ବିବାହ କାର୍ଯ୍ୟ ନିର୍ଦ୍ଧାରିତ ଲଗ୍ନରେ ସଂପନ୍ନ ହୋଇଥିଲା । ବାବା ଚନ୍ଦ୍ରଶେଖରଙ୍କ ସହିତ ସହରର ଅଷ୍ଟ ଶମ୍ଭୁ ,ଅଷ୍ଟ ବିଷ୍ଣୁ ବରଯାତ୍ରୀ ଦଳରେ ସାମିଲ ହୋଇଥିଲେ । କନ୍ୟାମାତାଙ୍କ ବାସଭବନରେ ଲଗ୍ନ ଅନୁଯାଯୀ ବିବାହ କାର୍ଯ୍ୟ ସଂପନ୍ନ ହେବା ପରେ ପଂରପରା ଅନୁଯାୟୀ ବରଯାତ୍ରୀ ଫେରି ଯାଇଥିଲେ । ନବ ଦେବ ଦମ୍ପତ୍ତି କନ୍ୟାମାତାଙ୍କ ବାସଭବନରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ ।

ସଂଧ୍ୟାରେ ଦେବଦମ୍ପତ୍ତିଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା । ସଂଧ୍ୟାରେ ଧୂପ ,ଦୀପ ,ନୈବେଦ୍ୟ ,ହରିବୋଳ ହୁଳହୁଳିରେ ମୁଖରିତ ହୋଇଥିଲା ପରିବେଶ । ସଂଧ୍ୟା ଆରତୀ ଦର୍ଶନ କରିବା ସହିତ ଦେବଦେବୀଙ୍କ କୃପା ଲାଭ କରିବାକୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରତିବର୍ଷ ପରି ଏଥର ବି ସୁବର୍ଣ୍ଣପୁରର ବିଶେଷ ଆକର୍ଷଣ ସାଜିଥିଲେ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତୀମା ବାବା ଚନ୍ଦ୍ରଶେଖରଙ୍କ 108 ଭରି ସ୍ବର୍ଣ୍ଣ ନାଗ ପ୍ରତିମା । ମହଣ ମହଣ ରୂପାରେ ତିଆରି ବିମାନ, ଛତି ଛତ୍ରର ବି ବ୍ୟବହାର କରାଯାଇଥିଲା । ସେହିପରି ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁ ମଧ୍ୟ ସୂନା ଓ ରୂପା ଆଭୂଷଣ ଧାରଣ କରିଥିଲେ ।

ଜିଲ୍ଲା କୋଷାଗାରରେ ରହୁଥିବା ସ୍ବର୍ଣ୍ଣ ନାଗ ପ୍ରତିମା,ସୂନା ଓ ରୂପା ଆଭୂଷଣ ସହିତ ବିମାନ ଛତି ଛତ୍ର ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଥିଲା । ଚୌହାନ ଶାସନ କାଳରେ ଏସବୁ ଅଳଂକାର ରାଜା ବୀରମିତ୍ରୋଦୟ ସିଂହଦେବଙ୍କ ଅମଳରୁ ଏହି ଐତିହାସୀକ ଶୀତଳ ଷଷ୍ଠୀ ଯାତ୍ରାରେ ବ୍ୟବହାର କରାଯାଇ ଆସୁଛି । 1932 ମସିହାରୁ ବାବା ଚନ୍ଦ୍ରଶେଖରଙ୍କ ସ୍ବର୍ଣ୍ଣ ନାଗ ପ୍ରତିମା ବର୍ଷକୁ ଥରେ ମାତ୍ର କୋଷାଗାରରୁ ବାହାରି ଥିବାରୁ ବାବାଙ୍କ ସ୍ବର୍ଣ୍ଣ ନାଗ ଦର୍ଶନ ପାଇଁ ବେଶ ଭିଡ ଜମିଥିଲା । ଆଜି ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ନବ ଦେବ ଦମ୍ପତ୍ତି ନଗର ଭ୍ରମଣ କରି ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ଅନେକ ସାଂସ୍କୃତିକ ଦଳ ଏହି ଶୋଭାଯାତ୍ରାରେ ସାମିଲ ହେବା ପାଇଁ ସୁବର୍ଣ୍ଣପୁରରେ ପହଞ୍ଚିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.