ETV Bharat / state

ଦୁଗ୍ଧ ଚାଷୀଙ୍କ ପ୍ରତିବାଦ, ଢାଳିଦେଲେ 2ହଜାର ଲିଟର କ୍ଷୀର - Dairy farmers protest in subarnapur

ଓମଫେଡ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ଢାଳିଲେ ଚାଷୀ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁରରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

Dairy farmers protest in subarnapur
ଦୁଗ୍ଧ ଚାଷୀଙ୍କ ପ୍ରତିବାଦ
author img

By

Published : Apr 29, 2020, 2:57 PM IST

ସୁବର୍ଣ୍ଣପୁର : ଓମଫେଡ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ଦୁଗ୍ଧ ଶୀତଳ କେନ୍ଦ୍ର ଆଗରେ କ୍ଷୀର ଢାଳିଲେ ଚାଷୀ । ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଦୁଗ୍ଧ ଶିତଳ କେନ୍ଦ୍ରରେ । ଦୁଗ୍ଧ କେନ୍ଦ୍ରକୁ ବିକ୍ରୟ ପାଇଁ ଆସିଥିବା ଶତାଧିକ ଚାଷୀ ପ୍ରାୟ ୨ ହଜାର ଲିଟର ଦୁଗ୍ଧ ତଳେ ଢାଳିଦେଇଛନ୍ତି । ଦୁଗ୍ଧ ବିକ୍ରୟ କରି ପରିବାର ପ୍ରତିପୋଷଣ କରୁଥିବା ଚାଷି ଲକଡାଉନ ଯୋଗୁଁ ହଇରାଣ ହେଉଛନ୍ତି ।

ଦୁଗ୍ଧ ଚାଷୀଙ୍କ ପ୍ରତିବାଦ

ବିଭାଗୀୟ ଅଧିକାରୀମାନେ ଦୁଗ୍ଧ ନେଉ ନ ଥିବାବେଳେ ଜାଣିଶୁଣି ଚାଷୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି । ଫଳରେ ବାଧ୍ୟ ହୋଇ ଚାଷୀମାନେ ବୁଧବାର ପ୍ରତିବାଦ ସ୍ବରୁପ କ୍ଷୀରକୁ ବାହାରେ ଢାଳି ଦେଇଛନ୍ତି । ଚାଷୀମାନେ ପ୍ରତିଦିନ ନିର୍ଦ୍ଧାରିତ ସମୟରେ ସରକାରୀ ଦରରେ କ୍ଷୀର ରଖିବା ସହିତ ଦୁଗ୍ଧ ମୂଲ୍ୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଏପରିକି ଚାଷୀଙ୍କୁ ହଇରାଣ କରୁଥିବା ଦୁଗ୍ଧ ଶୀତଳ କରଣ କେନ୍ଦ୍ରର କର୍ମଚାରୀଙ୍କ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.