ETV Bharat / state

ସୁବର୍ଣ୍ଣପୁରରେ ସ୍ବଚ୍ଛତା ପାଇଁ ପୌର ପରିଷଦକୁ ସିପିସିବିର ନିର୍ଦ୍ଦେଶ

author img

By

Published : Oct 5, 2020, 10:10 AM IST

ସୁବର୍ଣ୍ଣପୁର ସହରରେ ବଢିବାରେ ଲାଗିଛି ବର୍ଜ୍ୟବସ୍ତୁ । ଏହି ଐତିହାସିକ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ସହରର ଦୂରରେ ଏକ ସ୍ଥାନରେ ବର୍ଜ୍ୟବସ୍ତୁ ଗଦା କରିବା ପାଇଁ ଦାବି ହେଉଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ସହରକୁ ସ୍ବଚ୍ଛ ରଖିବାକୁ ପୌର ପରିଷଦକୁ ସିପିସିବିର ନିର୍ଦ୍ଦେଶ

ସୁବର୍ଣ୍ଣପୁର: ସହରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ସଦର ପୌର ପରିଷଦ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ଏହି ଐତିହାସିକ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ସହରର ଦୂରରେ ଏକ ସ୍ଥାନରେ ବର୍ଜ୍ୟବସ୍ତୁ ଗଦା କରିବା ପାଇଁ ଦାବି ହେଉଛି । ହେଲେ ପୌର ପରିଷଦ ପକ୍ଷରୁ ତେଲନଦୀ କୂଳରେ ଆବର୍ଜନା ପକାଯାଉଛି। ଫଳରେ ସହରକୁ ଆସୁଥିବା ଲୋକଙ୍କ ନଜର ପ୍ରଥମେ ବର୍ଜ୍ୟବସ୍ତୁ ଉପରେ ପଡୁଛି।

ଆହୁରି ମଧ୍ୟ ସେହି ଅଞ୍ଚଳରେ ଦୁର୍ଗନ୍ଧ ହେବା ସହିତ ନଦୀ ବଢି ସମୟରେ ଆବର୍ଜନା ପାଣିରେ ଭାସି ତଳିମୁଣ୍ଡକୁ ଯାଉଛି। ଏହାକୁ ନେଇ ଆଗରୁ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲରେ ପୌର ପରିଷଦ ନାଁରେ ଅଭିଯୋଗ ହୋଇଥିଲା । ଯାହାର ସତ୍ୟପାଠ ପୌର ପରିଷଦ ଦାଖଲ କରି ଆବର୍ଜନା ପରିଚାଳନା ପାଇଁ ତିଆରି କରିଥିବା ଯୋଜନା ଉପସ୍ଥାପନ କରିଥିଲା। ହେଲେ ପୌର ପରିଷଦ ଆବର୍ଜନା ପରିଚାଳନାରେ ଅହେତୁକ ଅବହେଳା ପ୍ରଦର୍ଶନ କରୁଛି ଓ ପୁଣି ତେଲନଦୀ କୂଳରେ ଆବର୍ଜନା ପକାଯାଉଛି। ଯାହାକୁ ନେଇ ସହରର ଜଣେ ପରିବେଶ ପ୍ରେମୀ ପୁଣି ଟ୍ବିଟ ମାଧ୍ୟମରେ ନ୍ୟାସନାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡକୁ ଜଣାଇଛନ୍ତି।

ଯେଉଁ ସୂଚନାକୁ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଅଭିଯୋଗ ଭାବେ ଗ୍ରହଣ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.