ETV Bharat / state

ଗାଁ ପରିକ୍ରମା କରିବ କୋରୋନା ସଚେତନତା ରଥ

author img

By

Published : Jun 4, 2021, 1:08 PM IST

କୋରୋନା ସଂକ୍ରମଣ ରୋକିବାକୁ ସୁବର୍ଣ୍ଣପୁରରେ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ । 861ଟି ରାଜସ୍ବ ଗାଁ ପରିକ୍ରମା କରିବ ସଚେତନତା ରଥ । ଅଧିକ ପଢନ୍ତୁ...

ଗାଁ ପରିକ୍ରମା କରିବ କୋରୋନା ସଚେତନତା ରଥ
ଗାଁ ପରିକ୍ରମା କରିବ କୋରୋନା ସଚେତନତା ରଥ

ସୁବର୍ଣ୍ଣପୁର: ଜିଲ୍ଲାରେ ମହାମାରୀ କୋରୋନାର ଗ୍ରାଫ ଧିରେ ଧିରେ ତଳମୁହାଁ ହେଉଛି । ତଥାପି କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି ।

ଗାଁ ପରିକ୍ରମା କରିବ କୋରୋନା ସଚେତନତା ରଥ

ଏବେ ବି ଜିଲ୍ଲାରେ ଲକଡାଉନ, ସପ୍ତାହନ୍ତ ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଛି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନଗୁଡିକ ଗାଁ ଗାଁ ବୁଲି ମହାମାରୀ କୋରୋନା ରୋକିବା ପାଇଁ ଜନସାଧାରଣଙ୍କୁ ବୁଝାଇବା ସହିତ ଟୀକାକରଣ କେନ୍ଦ୍ରକୁ ଯାଇ ଟିକା ନେବାପାଇଁ ସଚେତନତା ସୃଷ୍ଟି କରୁଛନ୍ତି । ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ବ ରକ୍ଷା କରିବା, ଜରୁରୀ କାର୍ଯ୍ୟ ନଥିଲେ ଘରୁ ନ ବାହାରିବା, ବାରମ୍ବାର ହାତ ଧୋଇବା ଆଦି ସଚେତନତା ବାର୍ତ୍ତା ଦେଉଛନ୍ତି । ତେବେ ଏକ୍ସନେଡ ଓ ହେଲ୍ପ ଟୁ ଆଦର୍ଶ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଜିଲ୍ଲାର ସମସ୍ତ 6ଟି ବ୍ଲକରେ ସଚେତନତା ରଥ ପରିକ୍ରମା କରିବା ପାଇଁ ବାହାରିଛି । 861ଟି ରାଜସ୍ବ ଗାଁକୁ ଏହି ରଥ ପରିକ୍ରମା କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ବୋଲି ସ୍ବେଚ୍ଛାସେବୀ ଘାସିରାମ ପଣ୍ଡା କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.