ETV Bharat / state

କିଏ କିଣିବ ଧଳାସୁନା ? ଆସୁ ନାହାଁନ୍ତି କ୍ରୟ ସଂସ୍ଥା, ଚିନ୍ତାରେ ଚାଷୀ - ସୁବର୍ଣ୍ଣପୁର

ବିରମହରାଜପୁର ଉପଖଣ୍ଡରେ କପାର ଅଭାବି ବିକ୍ରି ସମସ୍ୟା ଦେଖା ଦେଇଛି । କପା ଚାଷ ଭଲ ହୋଇଥିଲେ ସୁଦ୍ଧା ପାଇଁ କୌଣସି ସୁବିଧା ପାଇ ପାରୁ ନାହାଁନ୍ତି ଚାଷୀ । ଅଧିକ ପଢନ୍ତୁ...

Cotton farmers face selling problem
କପା ଚାଷରେ ଅଭାବି ବିକ୍ରି ସମସ୍ୟା, ଆସୁ ନାହାଁନ୍ତି କ୍ରୟ ସଂସ୍ଥା
author img

By

Published : Jan 7, 2021, 12:36 PM IST

ସୁବର୍ଣ୍ଣପୁର: ବିରମହରାଜପୁର ଉପଖଣ୍ଡରେ କପାର ଅଭାବୀ ବିକ୍ରି ସମସ୍ୟା ଦେଖା ଦେଇଛି । ଏହି ଅଞ୍ଚଳର ପ୍ରାୟ 6ଟି ପଞ୍ଚାୟତର ବିଭିନ୍ନ ଗାଁରେ ପ୍ରତିବର୍ଷ ପରି ଏଥର ବି ଉନ୍ନତ ମାନର କପା ଉତ୍ପାଦନ ହୋଇଛି। ବିଶେଷକରି ଜଟେସିଂହା ପଞ୍ଚାୟତର ଆନନ୍ଦପୁର, ଖମାର, ବଡ ଖମାର, ଚନ୍ଦଲି । ସେହିପରି ମୂର୍ଷୁଣ୍ଢି ପଞ୍ଚାୟତର ଗୋପପାଲି, ଦୁରେଇପାଲି, ମାଣିକପୁର ଓ କେଞ୍ଜିରିଆପାଲି ପଞ୍ଚାୟତର ତେଲିପାଲି, ଅର୍ଚଣ୍ଡା ଆଦି ଗାଁର ଚାଷୀମାନେ ନିଜ ନିଜର କପା ଅମଳ କରି ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି।

କପା ଚାଷରେ ଅଭାବି ବିକ୍ରି ସମସ୍ୟା, ଆସୁ ନାହାଁନ୍ତି କ୍ରୟ ସଂସ୍ଥା

ଏହି ଉପଖଣ୍ଡରେ ଚାଷୀ ମାନେ 3, 825 ହେକ୍ଟର କପା ଚାଷ କରିଥିବା ବେଳେ ଜିଲ୍ଲା ସାରା ପ୍ରାୟ 5000 ରୁ ଅଧିକ ହେକ୍ଟର ଚାଷ ଜମିରେ କପା ଚାଷ ହୋଇଥିଲା ମାତ୍ର ଚାଷୀମାନେ କପା ବିକ୍ରି ପାଇଁ କୌଣସି ସୁବିଧା ପାଇ ପାରୁ ନାହାଁନ୍ତି। ବିରମହରାଜପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କପା ମଣ୍ଡି ଖୋଲାଯାଇଛି । ଗତବର୍ଷ କପା ବିକ୍ରି ପାଇଁ ଆବଶ୍ୟକ ଗୋଦାମ ଓ ଉପକରଣର ବ୍ୟବସ୍ଥା କରାଯାଇଥିଲା ମାତ୍ର କୌଣସି କ୍ରୟ ସଂସ୍ଥା ଚାଷୀଙ୍କ ଉତ୍ପାଦିତ କପା କିଣିବାକୁ ଆସି ନ ଥିଲେ।

ଏଥର ବି ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିକ୍ରିବଟାର ସୁବିଧା ନ ଥିବାରୁ ବାଧ୍ୟ ହୋଇ ଚାଷୀ ମାନେ ଅତି ଅଳ୍ପ ମୂଲ୍ୟରେ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଚାଷୀମାନେ ଆଜିକୁ ମାସେ ହେଲା କପା ଉତ୍ପାଦନ କରି ବିକ୍ରି ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଜଣେଇଛନ୍ତି କିନ୍ତୁ ଏଯାଏଁ ପ୍ରଶାସନ କପା ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା କରି ପାରି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଚାଷୀମାନେ ଅନଲାଇନ ବିକ୍ରି କରି ପାରିବେ ନଚେତ୍ ଗତ ବର୍ଷ ପରି ପଡୋଶୀ ଜିଲ୍ଲାରେ ଚାଷୀଙ୍କ କପା ବିକ୍ରି କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନେଇଥିବା ଜିଲ୍ଲାପାଳ ମନୀଷା ବାନାର୍ଜି ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.