ETV Bharat / state

ତରଭା ଶିଶୁ ବିକାଶ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଉଠିଲା ତଦନ୍ତ ଦାବି

ଶିଶୁ ବିକାଶ ପ୍ରକଳ୍ପରେ ବ୍ୟାପକ ଅନିୟମିତତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ତରଭାର ସ୍ବେଚ୍ଛାସେବୀମାନେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 8, 2023, 8:04 AM IST

people protest
people protest
people protest

ସୁବର୍ଣ୍ଣପୁର: ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏନେଇ ସ୍ବେଚ୍ଛାସେବୀ ଭୋଳା ବର୍ମାଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ତରଭାର ସ୍ବେଚ୍ଛାସେବୀମାନେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସିଡିପିଓ ସବିତା ଦୋରା ମନମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଗତ କିଛି ମାସ ଧରି ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ଛତୁଆ ବଣ୍ଟନ ହୋଇ ନାହିଁ । କିଛି ଦିନ ତଳେ ଗହମ ଯୋଗାଣ ହୋଇଥିବା ବେଳେ ଗହମ ଗୁଣ୍ଡ ହୋଇନି କି ଛତୁଆ ପ୍ରସ୍ତୁତ ହୋଇନି । କିନ୍ତୁ ହିତାଧିକାରୀଙ୍କୁ ଛତୁଆ ପ୍ରଦାନ କରା ଯାଇଥିବା ଭଳି ଭୁଲ ତଥ୍ୟ ସରକାରଙ୍କୁ ବିଭାଗୀୟ ଆପ୍‌ ଜରିଆରେ ସୂଚନା ପ୍ରଦାନ କରାଯାଇଛି । ତେବେ ଏଭଳି ବେଆଇନ କାର୍ଯ୍ୟକୁ ନେଇ ବିରୋଧ କରିଛନ୍ତି ସ୍ବେଚ୍ଛାସେବୀ ।

ଏହା ମଧ୍ୟ ପଢନ୍ତୁ- ଶିଶୁଙ୍କୁ ନିମ୍ନମାନର ଛତୁଆ ବଣ୍ଟନ, ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ଅଭିଯୋଗ

ଆଜକୁ ପ୍ରାୟ ତିନି ବର୍ଷରୁ ଅଧିକ ହେଲା ପ୍ରକଳ୍ପ କାର୍ଯ୍ୟାଳୟର ସିଡିପିଓ ମନମୁଖୀ କାର୍ଯ୍ୟ କରୁଛନ୍ତି । ବ୍ଲକ ଅଞ୍ଚଳରେ ଥିବା ପ୍ରାୟ 270 ରାଜସ୍ବ ଗାଁରେ ପ୍ରାୟ ୩ ଶହ ଅଙ୍ଗନୱାଡି ଓ ମିନି ଅଙ୍ଗନୱାଡି କେନ୍ଦ୍ର ରହିଛି । ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ପ୍ରାକ୍‌ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆବଶ୍ୟକ ସେବା ଓ ଅଧ୍ୟୟନ କରାଯାଇ ପାରୁ ନାହିଁ । ତେଣୁ ତରଭା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସରକାରୀ କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି । ତଦନ୍ତ କରି ବିଭାଗୀୟ କାର୍ଯ୍ୟର ସତ୍ୟାସତ୍ୟ ଉନ୍ମୋଚନ କରିବା ସହିତ କାର୍ଯ୍ୟାନୁଷ୍ଠାନ ନନେଲେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି । ଏନେଇ ବିକ୍ଷୋଭକାରୀ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ।

ଏନେଇ ସ୍ବେଚ୍ଛାସେବୀ ଭୋଳା ବର୍ମା କହିଛନ୍ତି ଯେ, "ତରଭାରେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଛି । କିନ୍ତୁ ସେଠାରେ ବହୁ ଦୁର୍ନୀତି ଚାଲିଛି । ସେହିପରି ସେଠାରେ ଥିବା ସିଡିପିଓ ସବିତା ଦୋରା ତାଙ୍କର ମନମୁଖୀ କାର୍ଯ୍ୟ କରୁଛନ୍ତି । ନିମ୍ନମାନର ଛତୁଆ ବଣ୍ଟନ ସହ ଅଣ୍ଡା ବଣ୍ଟନରେ ଅନିୟମିତତା ଦେଖିବାକୁ ମିଳୁଛି । ସେହିପରି ବିଭିନ୍ନ ସରକାରୀ ସାମଗ୍ରୀର ହେରଫେର କରୁଛନ୍ତି । ଏହାର ତଦନ୍ତ ପାଇଁ ଆମେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛୁ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଜାରି ରହିବ । "

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.