ସୁବର୍ଣ୍ଣପୁର: ଜିଲ୍ଲାର ରାମପୁର ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଟଡାଉନ କରାଯାଇଛି । ଏସ ରାମପୁର ସରପଞ୍ଚ ସରୋଜ ମେହେର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଆଜି (ବୁଧବାର) ଠାରୁ 4 ଦିନ ପାଇଁ ରାମପୁର ବଜାର ସମେତ ସମଗ୍ର ଅଞ୍ଚଳକୁ ସଟଡାଉନ କରିଛନ୍ତି ।
ସରପଞ୍ଚ ସଟଡାଉନ ଘୋଷଣା କରିବା ସହିତ ଏହାକୁ କଡାକଡି ଲାଗୁ କରିବା ପାଇଁ ରାମପୁର ଥାନାକୁ ଅନୁରୋଧ କରିଥିଲେ । ଫଳରେ ଥାନା ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯାଗା ଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହି ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ବାଦ ଦେଲେ ସବୁ ବନ୍ଦ କରି ଦିଆଯାଇଛି।
ସେହିପରି ଦୈନିକ ଜିନିଷପତ୍ର ପାଇଁ ସକାଳ 12ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ତେବେ ଏହି ମହାମାରୀକୁ ରୋକିବା ପାଇଁ ସରପଞ୍ଚ ନେଇଥିବା ପଦକ୍ଷେପକୁ ଅଞ୍ଚଳବାସୀ ସମର୍ଥନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ