ETV Bharat / state

ଅଟକି ରହିଛି ପାତାଳୀ ଶ୍ରୀକ୍ଷେତ୍ରରେ ରୋପ ୱେ ନିର୍ମାଣ କାର୍ଯ୍ୟ

ପାତାଳୀ ଶ୍ରୀକ୍ଷେତ୍ରରେ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଜାରି ରହିଛି । ହେଲେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିବା ପରି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ଅଧିକ ପଢନ୍ତୁ...

ଅଟକି ରହିଛି ପାତାଳୀ ଶ୍ରୀକ୍ଷେତ୍ରରେ ରୋପ ୱେ ନିର୍ମାଣ କାର୍ଯ୍ୟ
ଅଟକି ରହିଛି ପାତାଳୀ ଶ୍ରୀକ୍ଷେତ୍ରରେ ରୋପ ୱେ ନିର୍ମାଣ କାର୍ଯ୍ୟ
author img

By

Published : Mar 13, 2021, 8:51 AM IST

Updated : Mar 13, 2021, 12:56 PM IST

ସୁବର୍ଣ୍ଣପୁର: ଜିଲ୍ଲା କୋଟସମଲାଇର ପାତାଳୀ ଶ୍ରୀକ୍ଷେତ୍ରରେ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଜାରି ରହିଛି । ହେଲେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିବା ପରି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ଗତ ପ୍ରାୟ ତିନି ବର୍ଷ ତଳେ ପାତାଳୀ ଶ୍ରୀକ୍ଷେତ୍ରରେ ରୋପ ୱେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

11 ଫେବ୍ରୁଆରୀ 2019ରେ ତତ୍କାଳୀନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ,ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ସେ ସମୟରେ ପ୍ରାୟ 10 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ପାତାଳୀ ଶ୍ରୀକ୍ଷେତ୍ରର ଦୁଇଟି ପାହାଡ଼ ମଝିରେ ରୋପ ୱେ ନିର୍ମାଣ କରିବା ସହିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ପାରିପାର୍ଶ୍ବିକ ଅବସ୍ଥାରେ ଉନ୍ନତି କରାଯାଇ ପାରିଛି । ହେଲେ ରୋପ ୱେ ପ୍ରକଳ୍ପ ଆରମ୍ଭ କରାଯାଇ ପାରୁନାହିଁ।

ଅଟକି ରହିଛି ପାତାଳୀ ଶ୍ରୀକ୍ଷେତ୍ରରେ ରୋପ ୱେ ନିର୍ମାଣ କାର୍ଯ୍ୟ

ତେବେ ଏହି ପ୍ରକଳ୍ପ ହେଲେ ଏହି ପାବନ ପୀଠର ବିକାଶ ହେବା ସହିତ ଏହି ଅଂଚଳର ଅର୍ଥନୈତିକ ବିକାଶ ହୋଇ ପାରିବ। ହେଲେ କେବଳ ଭିତ୍ତିପ୍ରସ୍ତରରେ ପ୍ରକଳ୍ପ କାର୍ଯ୍ୟ ସୀମିତ ହୋଇ ରହି ଯାଇଥିବାରୁ ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ତେବେ ବେସରକାରୀ ଭାବେ ଆଗାମୀ ଅପ୍ରେଲ ମାସରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Last Updated : Mar 13, 2021, 12:56 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.