ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ - ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପଞ୍ଚାୟତକୁ ସଂଶ୍ଳିଷ୍ଟ ନକରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇଲା ଜିଲ୍ଲା କଂଗ୍ରେସ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର । ଅଧିକ ପଢନ୍ତୁ

ଆମ ଓଡିଶା ନବୀନ ଓଡିଶା ଯୋଜନାକୁ କଂଗ୍ରେସର ବିରୋଧ

author img

By ETV Bharat Odisha Team

Published : Aug 29, 2023, 4:28 PM IST

ଆମ ଓଡିଶା ନବୀନ ଓଡିଶା ଯୋଜନାକୁ କଂଗ୍ରେସର ବିରୋଧ

ସୁବର୍ଣ୍ଣପୁର: ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ରାଜ୍ୟ ସରକାର ନିଜ ବିଜେଡି ଦଳ ପାଇଁ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟରୁ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗ କରିଛି ଦଳ ।

ସଭାପତି ଗୌରୀଶ୍ୟାମ ପଣ୍ଡା କହିଛନ୍ତି, ‘‘ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଛି । କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ହୋଇଥିବା 73 ତମ ସମ୍ବିଧାନ ସଂଶୋଧନକୁ ରାଜ୍ୟ ସରକାର ଉଲଂଘନ କରିଛନ୍ତି । ରାଜ୍ୟ ସରକାର ଆମ ଓଡିଶା-ନବୀନ ଓଡିଶା ଯୋଜନାରେ କେନ୍ଦ୍ରୀୟ ଅର୍ଥକୁ ସିଧାସଳଖ ପଞ୍ଚାୟତକୁ ପ୍ରଦାନ ନକରି ପଞ୍ଚାୟତ ସମିତିକୁ ପ୍ରଦାନ କରୁଛନ୍ତି । ଫଳରେ ଆଇନର ଉଲଂଘନ ହେବା ସହିତ ତୃଣମୂଳ ସ୍ତରରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଛି । ‘ଆମ ଓଡିଶା ନବୀନ ଓଡିଶା’ ନାମରେ ହୋଇଥିବା ଏହି ଯୋଜନା ସମ୍ବିଧାନ ବିରୋଧୀ । ଯୋଜନା କୁ ନୁହେଁ ଯୋଜନାର ପ୍ରକ୍ରିୟାକୁ ବିରୋଧ କରୁଛି କଂଗ୍ରେସ । ପଞ୍ଚାୟତରେ ଯାହା ଖର୍ଚ୍ଚ ହେବ ତାର ନିର୍ଦ୍ଧାରଣ କାହିଁକି ଅଫିସର , ଜିଲ୍ଲାପାଳ, ବିଧାୟକ କରିବେ । ତାର ନିର୍ଦ୍ଧାରଣ କାହିଁକି ଲୋକଙ୍କ ଦ୍ବାରା ନିର୍ବାଚିତ ସରପଞ୍ଚ ନକରିବେ । ଏହି ବ୍ୟବସ୍ଥା ଅଣ ସାମ୍ବିଧାନିକ ହୋଇଥିବାରୁ ଆଗକୁ ଏହାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବୁ। ଏହା ବିରୁଦ୍ଧରେ ନ୍ୟାୟିକ ସଂଗ୍ରାମ କରିବ ସହ ହାଇକୋର୍ଟରେ ପିଆଇ ଏଲ ଫାଇଲ କରିବ କଂଗ୍ରେସ ।’’

ଅଧିକ ପଢନ୍ତୁ: Rajiv Gandhi Birth Anniversary: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ

‘‘ସେହିପରି ଗ୍ରାମ ପଞ୍ଚାୟତ ସ୍ତରରେ ପଲ୍ଲୀସଭା ଓ ଗ୍ରାମ ସଭା ଜରିଆରେ କେନ୍ଦ୍ରରୁ ସିଧାସଳଖ ମିଳୁଥିବା ଅନୁଦାନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ପ୍ରକଳ୍ପ କରିବା ପାଇଁ ନିୟମ ରହିଛି । ହେଲେ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗ୍ରାମ ପଞ୍ଚାୟତର ଅଧିକାରକୁ କ୍ଷୁର୍ଣ୍ଣ କରିବା ସହିତ ଆଇନ ଉଲଂଘନ କରି ଆମ ଓଡିଶା-ନବୀନ ଓଡିଶା ଯୋଜନା କାର୍ଯ୍ୟକାରୀ କରିବା କେତେ ଦୂର ଯୁକ୍ତି ଓ ଆଇନ ସଙ୍ଗତ । ତେବେ ଏହି ଉଦ୍ୟମରୁ ରାଜ୍ୟ ସରକାର ବିରତ ନରହିଲେ ଆଗକୁ କଂଗ୍ରେସ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆଯାଇଛି ।’’ ତୁରନ୍ତ ରାଜ୍ୟ ସରକାର ଏଭଳି ପାଣ୍ଠି ସଂଗ୍ରହ ପରି ଘୃଣ୍ୟ କାର୍ଯ୍ୟରୁ ନିବୃତ୍ତ ରହିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.