ETV Bharat / state

ସୁବର୍ଣ୍ଣପୁରରେ ବିଦ୍ୟୁତ ଦର ବୃଦ୍ଧି ବିରୋଧରେ କଂଗ୍ରେସର ପ୍ରତିବାଦ - ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ

ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି ସୁବର୍ଣ୍ଣପୁରରେ କଂଗ୍ରେସ ପ୍ରତିବାଦ କରିଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ବିଦ୍ୟୁତ ଦର ବୃଦ୍ଧି ବିରୋଧରେ କଂଗ୍ରେସର ପ୍ରତିବାଦ

author img

By

Published : Apr 5, 2021, 2:22 PM IST

ସୁବର୍ଣ୍ଣପୁର: ରାଜ୍ୟରେ କୋରୋନା କାଳରେ ତୈଳଦର ସହିତ ବିଦ୍ୟୁତ ଦର ମଧ୍ୟ ବୃଦ୍ଧି ହୋଇଛି । ତେବେ ଏହାକୁ ବିରୋଧ କରି ଜିଲ୍ଲାରେ କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହାସହିତ ବିଦ୍ୟୁତ ଦର ହ୍ରାସ କରିବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରେ ବିଦ୍ୟୁତ ଦର ବୃଦ୍ଧି ବିରୋଧରେ କଂଗ୍ରେସର ପ୍ରତିବାଦ

ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିର ପ୍ରତିବାଦ କରି କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଧାରଣାରେ ବସିଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ କଂଗ୍ରେସ କର୍ମୀମାନେ ବିଭିନ୍ନ ନାରାବାଜି କରିବା ସହିତ ବର୍ଦ୍ଧିତ ବିଦ୍ୟୁତ ଦରକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ଜିଲ୍ଲାରେ ଥିବା ଛୋଟ ବଡ କୃଷି ଶିଳ୍ପ, ଉଠା ଜଳସେଚନ ସହିତ ଗରୀବ ହିତାଧିକାରୀଙ୍କ ପାଇଁ ମଧ୍ୟ ରିହାତି ବିଦ୍ୟୁତ ଦାବି କରିଛନ୍ତି ।

ଦାବି ପୂରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡା ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.