ETV Bharat / state

ସୁବର୍ଣ୍ଣପୁରରେ ଡଙ୍ଗର ଲୋକ ମହୋତ୍ସବ-2019 ଉଦଯାପିତ - ସୁବର୍ଣ୍ଣପୁର  ଲୋକ ମହୋତ୍ସବ-2019

ସୁବର୍ଣ୍ଣପୁର ତରଭା ବ୍ଳକରେ ତିନିଦିନଧରି ଚାଲିଥିବା ଡଙ୍ଗର ଲୋକ ମହୋତ୍ସବ-2019 ଉଦଯାପିତ ହୋଇଛି । ଉଦ୍‌ଯାପନି ଉତ୍ସବରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ପର୍ଯ୍ୟଟନର ବିକାଶ ପାଇଁ ଅନେକ ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର
author img

By

Published : Oct 15, 2019, 3:32 AM IST

ସୁବର୍ଣ୍ଣପୁର: ତରଭା ବ୍ଳକରେ ତିନିଦିନଧରି ଚାଲିଥିବା ଡଙ୍ଗର ଲୋକ ମହୋତ୍ସବ-2019 ଉଦଯାପିତ ହୋଇଛି । ତୁଲୁଣ୍ଡାର ଚୁଡାଖାଇର ଡଙ୍ଗର ପାଦ ଦେଶରେ ତିନିଦିନ ଧରି ଏହି ମହୋତ୍ସବ ଚାଲିଥିଲା । ସ୍ଥାନୀୟ କଳାକାର ମାନେ ସାମରିକ କଳାକୌଶଳରେ ଭରପୁର ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଡଙ୍ଗର ଦେବୀଙ୍କ ପାଖରେ ନୂଆଁଚୁଡା ଅର୍ପଣ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ପାଇଥିବା ଏହି ଡଙ୍ଗର ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇଥିଲେ । ପର୍ଯ୍ୟଟନର ବିକାଶ ପାଇଁ ଅନେକ ଘୋଷଣା କରିଥିଲେ ।

ବର୍ଷସାରା ଏହି ପୀଠକୁ ଅନେକ ପର୍ଯ୍ୟଟକ ପରିଦର୍ଶନରେ ଆସୁଛନ୍ତି । ମାତ୍ର ଏହି ପୀଠରେ ସେତେଟା ବିକାଶ ହୋଇ ପାରିନାହିଁ । ତେବେ ଗମନାଗମନ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି । ତିନିଦିନ ଧରି ଚାଲିଥିବା ଏହି ମହୋତ୍ସବରେ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା । ଉଦ୍‌ଯାପନି ସଂଧ୍ୟାରେ ସମସ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.