ETV Bharat / state

କୂଅରୁ ଦୁଇ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର

author img

By

Published : Jan 1, 2022, 8:38 PM IST

ସୁବର୍ଣ୍ଣପୁର ଅଇଁଲାଛାଟ ଗାଁର ଦୁଇ ମାସର ଶିଶୁ ପୁତ୍ର ନିଖୋଜ ଘଟଣ‍ା । ଖୋଲା କୂଅରୁ ଶିଶୁର ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

କୂଅରୁ ଦୁଇ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର
କୂଅରୁ ଦୁଇ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର : ଜିଲ୍ଲା ଉଲୁଣ୍ଡା ଥାନା ଅଇଁଲାଛାଟ ଗାଁର ଦୁଇ ମାସର ଶିଶୁ ପୁତ୍ର ନିଖୋଜ ଘଟଣ‍ା । ଘର ପ‍ାଖରେ ଥିବା ଏକ ଖୋଲା କୂଅରୁ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର ଶିଶୁକୁ ପଡୋଶୀ ମହିଳା ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା ।

କୂଅରୁ ଦୁଇ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର

ତେବେ ଆଜି(ଶନିବାର) ଘର ନିକଟରେ ଥିବା ଏକ ରିଙ୍ଗ କୂଅରୁ ଶିଶୁର ମୃତଦେହ ଭାସୁଥିବା କିଛି ଲୋକ ଦେଖି ପରିବାରକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କୂଅରୁ ମୃତ ଶିଶୁଟିକୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । କିଏ ଓ କାହିଁକି ଶିଶୁଟିକୁ କୂଅକୁ ଫିଙ୍ଗିଲା ତାର ଅନୁସନ୍ଧାନ କରୁଛି । ଏହି ଘଟଣା ସାରା ଉଲୁଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.