ସୁବର୍ଣ୍ଣପୁର: ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀ ମାନଙ୍କୁ ଉନ୍ନତ ଜ୍ଞାନ କୌଶଳରେ ଲାଭଜନକ ଚାଷ ପାଇଁ ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଗ୍ରାମାଞ୍ଚଳରେ ଯୁବକ ମାନେ ଅତି ଅଳ୍ପ ଅର୍ଥ ବିନିଯୋଗରେ କିପରି ଅଧିକ ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇ ପାରିବେ ସେ ସମ୍ପର୍କରେ କୃଷି ବୈଜ୍ଞାନିକ ଓ ଗବେଷକ ମାନେ ଯୁବକ ମାନଙ୍କ ଭିତରେ କୃଷି ସଚେତନତା ସୃଷ୍ଟି କରୁଛନ୍ତି। କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିଭିନ୍ନ ଉନ୍ନତ କିସମର ଚାଷ ପ୍ରଦର୍ଶନୀ କରିବା ସହିତ କୃଷି ପରାମର୍ଶ ଦେଉଛନ୍ତି।
ଯେପରି କୁକୁଡା ଚାଷ ଭିତରେ ବନରାଜ, ପଲ୍ଲିଶ୍ରୀ, କଡକନାଥ, ସେହିପରି ଉନ୍ନତ ଶ୍ରେଣୀର ବତକ ଚାଷ, ଗିନି ମୂଷା ଚାଷ, ରଙ୍ଗୀନ ମାଛ ଚାଷ ଓ ନୂତନ ଭାବେ ପ୍ରଥମ କରି ଉନ୍ନତ କିସମର ସେଓ ଚାଷ ପାଇଁ କୃଷି ପରାମର୍ଶ ଓ ଆବଶ୍ୟକ ବିହନ ଯୋଗାଇ ଦିଆଯାଉଛି। ଫଳରେ ଯୁବକ ମାନେ ରୋଜଗାରିଆ ହେବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରୁଛନ୍ତି।
ତେବେ ଜିଲ୍ଲାରେ ଅଧିକରୁ ଅଧିକ ସଂଖ୍ୟକ ଯୁବକ ଏହି ଉନ୍ନତ ମାନର କୃଷିରେ ମନୋନିବେଶ କରିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ତାର ପ୍ରୟାସ ଜାରି ରଖିଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ