ETV Bharat / state

କୋରୋନା କଟକଣା ସହ ଆରମ୍ଭ ହେଲା ମାଣିକେଶ୍ବରୀଙ୍କ ଜୁଗାର ଯାତ୍ରା - under covid-19 gauide lines

ସୁବର୍ଣ୍ଣପୁରର ବହୁ ପ୍ରସିଦ୍ଧ ମାଣିକେଶ୍ୱରୀଙ୍କ ଜୁଗାର ଯାତ୍ରା ଆରମ୍ଭ ହୋଇଛି । କୋରୋନା ପାଇଁ ଜାରି ହୋଇଥିବା ସବୁ ଗାଇଡଲାଇନକୁ ମାନି ପୂଜା କରିବାକୁ ନିର୍ଦ୍ଦେଶ ହୋଇଛି । ଅଧିକ ପଢନ୍ତୁ...

କୋରୋନା କଟକଣା ସହ ଆରମ୍ଭ ହେଲା ମାଣିକେଶ୍ବରୀଙ୍କ ଜୁଗାର ଯାତ୍ରା

author img

By

Published : Nov 1, 2020, 2:38 PM IST

ସୁବର୍ଣ୍ଣପୁର: ଆସିଛି ପାର୍ବଣର ଋତୁ । ଧରାପୃଷ୍ଠରୁ ଦେବୀ ମା ଦୁର୍ଗା ବିଦାୟ ନେବା ପରେ ସୋନପୁର ଗଡଜାତରେ ରବିବାରେ ପାଳିତ ହୋଇଛି ଦେବୀ ମା ମାନିକେଶ୍ବରୀଙ୍କ ଜୁଗାର ଯାତ୍ରା ।

ଚଳିତ ବର୍ଷ କୋରୋନା ପାଇଁ ସବୁ ପାର୍ବଣ ଫିକା ଫିକାରେ ପାଳିତ ହୋଇଛି । କୋଭିଡ କଟକଣା ଭିତରେ ଅତି ନିରାଡ଼ମ୍ବର ଭାବେ ଦେବୀ ମା ମାନିକେଶ୍ବରୀଙ୍କ ଏହି ପର୍ବ ମଧ୍ୟ ପାଳନ କରାଯାଉଛି।

କୋରୋନା କଟକଣା ସହ ଆରମ୍ଭ ହେଲା ମାଣିକେଶ୍ବରୀଙ୍କ ଜୁଗାର ଯାତ୍ରା

ରବିବାର ଶ୍ରଦ୍ଧାଳୁମାନେ ଦେବୀ ମାଙ୍କ ଅତି ପ୍ରିୟ ଜୁଗାର ତିଆରି କରି ଅର୍ପଣ କରିଛନ୍ତି। ଧୂପ ,ଦୀପ ,ଫୁଲ ,ଚନ୍ଦନ ,ଅଗୁର ଆଦି ଶହ ନୈବେଦ୍ୟ ଭାବେ ଭିନ୍ନ ଭିନ୍ନ ଆକୃତିର ଜୁଗାର ସମର୍ପଣ କରିଛନ୍ତି ଦେବୀଙ୍କ ପାଖରେ । ଦେବୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଶ୍ରଦ୍ଧାଳୁମାନେ ତିଆରି କରିଥାନ୍ତି ଜୁଗାର। ଉଖୁଡା ସହିତ ବାଲି ଗୁଡ଼ ,ସୁଗନ୍ଧିତ ଅଳେଇଚ ,ଲବଙ୍ଗ ଆଦି ଦେଇ ବେଶ ଯତ୍ନର ସହିତ ଗୃହିଣୀମାନେ ମାଣିକେଶ୍ବରୀଙ୍କ ପାଇଁ ଏହି ଜୁଗାର ପ୍ରସ୍ତୁତ କରିଥାନ୍ତି।

ତେବେ କେଉଟ ସମ୍ପ୍ରଦାୟର ଦେବୀ ଭାବେ ମା ମାଣିକେଶ୍ବରୀ କାହିଁ କେତେ ଦିନରୁ ସୁବର୍ଣ୍ଣପୁର ସହରରେ ପୂଜା ପାଇ ଆସୁଛନ୍ତି । ତେବେ କୋଭିଡ 19 କଟକଣା ଯୋଗୁଁ ଏଥର ଜୁଗାରଯାତ୍ରା ଅଲ୍ପ ଲୋକଙ୍କୁ ନେଇଲ ପାଳନ କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଶୃଙ୍ଖଳିତ ଦର୍ଶନର ଆୟୋଜନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.