ETV Bharat / state

ଶୁଣିଲେନି ସରାକାର, ସାମୁହିକ ଛୁଟି ନେଇ ଅମଲା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ - ସାମୁହିକ ଛୁଟି ନେଇ ଅମଲା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମିଳିତ ଅମଲା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

bureaucrats association protest
bureaucrats association protest
author img

By

Published : Jun 1, 2023, 3:18 PM IST

ସାମୁହିକ ଛୁଟି ନେଇ ଅମଲା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ

ସୋନପୁର: ଶୁଣିଲେନି ସରକାର, ଶେଷରେ ଦାବି ପୂରଣ ନେଇ କାର୍ଯ୍ୟ ବନ୍ଦ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ମିଳିତ ଅମଲା ମଞ୍ଚ । ଆଜି ସୋନପୁରରେ ଅମଲା ମଞ୍ଚର ଚିତ୍ତରଞ୍ଜନ ତରସିଆଙ୍କ ନେତୃତ୍ବରେ 32ଟି ବିଭାଗର ଶତାଧିକ ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅମଲାମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ସାମୁହିକ ଛୁଟି ନେଇଛନ୍ତି । ଯୋଗ୍ୟତା ତୁଳନାରେ ରାଜ୍ୟ ସରକାର ମାସିକ ଦରମା ପ୍ରଦାନ କରୁ ନଥିବା ଅଭିଯୋଗ କରିଛନ୍ତି ଅମଲା ମଞ୍ଚ ସଦସ୍ୟ ।

ଗତ 2017 ମସିହାରେ ରାଜ୍ୟ ସରକାର କନିଷ୍ଠ ସହାୟକମାନଙ୍କ ପ୍ରବେଶିକା ଯୋଗ୍ୟତା ନିର୍ଦ୍ଧାରଣ କରିଛନ୍ତି । ଅନ୍ୟୁନ୍ୟ ସ୍ନାତକ ସହିତ କମ୍ପ୍ୟୁଟର ଶିକ୍ଷାକୁ ଯୋଗ୍ୟତା ଭାବେ ଗ୍ରହଣ କରାଯାଇଛି । ତେବେ ଯୋଗ୍ୟତା ତୁଳନାରେ କନିଷ୍ଠ ସହାୟକମାନଙ୍କୁ ଦରମା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇ ଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ପୂର୍ବରୁ କନିଷ୍ଠ ସହାୟକମାନଙ୍କୁ 9,300ରୁ 34, 800 ଦରମା ହାର ପ୍ରଦାନ କରିବା ସହିତ 4200 ଗ୍ରେଡ୍‌ ପେ' ପ୍ରଦାନ କରିବା ପାଇଁ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ନିଜ ହକ୍‌ ଦାବିରେ ଗତ ମେ' 22 ତାରିଖରୁ ଅମଲାମାନେ କଳାବ୍ୟାଜ୍‌ ପରିଧାନ କରି ମେ' ଶେଷ ପର୍ଯ୍ୟନ୍ତ ନିଜ ନିଜ କାର୍ଯ୍ୟାଳୟରେ ନିଜ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କୁ ସେବା ଯୋଗାଇ ଥିଲେ । ଏଥି ସହ ଦାବି ପୂରଣ ନହେଲେ ସମୁହ ଛୁଟିରେ ଯିବା ପାଇଁ ଚେତାବନୀ ଦେଇଥିଲେ । ରାଜ୍ୟ ମିଳିତ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି ପୂରଣ ପାଇଁ ଏକ ଚରମ ପତ୍ର ବି ପ୍ରଦାନ କରାଯାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଅମଲା ସଂଘ ସହିତ କୌଣସି ଆଲୋଚନା କରାଯାଇ ନାହିଁ । ଯାହାକୁ ନେଇ ଆଜିଠାରୁ ଅମଲାମାନେ ସାମୁହିକ ଛୁଟି ନେବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେବେ ଦାବି ପୂରଣ ନ ହେବା ଯାଏଁ ଅମଲାମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ନିଜ ନିଜ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଚେତାଇ ଦେଇଛନ୍ତି । ଅମଲାମାନଙ୍କ ସାମୁହିକ ଛୁଟି ପାଇଁ ଆଜି ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟରେ କୌଣସି ସରକାରୀ କାର୍ଯ୍ୟ ହୋଇ ପାରୁନାହିଁ । ଜନସାଧାରଣ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଦାବି ପୂରଣ ନ ହେଲେ ସାମୁହିକ ଛୁଟି ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.