ETV Bharat / state

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ: ପ୍ରସୂତି ବିଭାଗରେ ଲାଞ୍ଚ ଅଭିଯୋଗ - bribe allegation in maternity ward

ପ୍ରସୂତି ବିଭାଗରେ ରାତିରେ ଷ୍ଟାଫ ନର୍ସମାନେ ପ୍ରସୂତିଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ଲାଞ୍ଚ ଅଭିଯୋଗ

author img

By

Published : Dec 28, 2019, 2:39 PM IST

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ପ୍ରସୂତି ବିଭାଗରେ ଶୁକ୍ରବାର ରାତିରେ ଷ୍ଟାଫ ନର୍ସମାନେ ପ୍ରସୂତିଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।

ଶୁକ୍ରବାର ବୀରମହାରାଜପୁର ବ୍ଲକ ତେଲିପାଲି ଗାଁର ରୀତା ବେହେରା ପ୍ରସବ ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ମାତ୍ର ନର୍ସମାନେ ତାଙ୍କୁ ଏକ ହଜାର ଟଙ୍କା ମାଗିଥିଲେ। ସେ 500 ଟଙ୍କା ଦେବାରୁ ନର୍ସମାନେ ମନା କରିବା ସହ ଟଙ୍କା ନ ଦେଲେ ବୁର୍ଲାକୁ ସ୍ଥାନାନ୍ତର କରିବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ନର୍ସଙ୍କୁ ରୀତାଙ୍କ ସମର୍କୀୟମାନେ 1000ଟଙ୍କା ଦେଇଥିବା ମଧ୍ୟ ସେ କହିଛନ୍ତି ।

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ଲାଞ୍ଚ ଅଭିଯୋଗ

ସେହିପରି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ସୁଲିଆ ଗାଁର ସୁନିତା ବାଘଙ୍କ ପାଖରୁ ବି ନର୍ସମାନେ 1000 ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତିରେ 15 ଜଣଙ୍କ ପାଖରୁ ନର୍ସମାନେ ଲାଞ୍ଚ ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଆଜି ଜନସାଧାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଲିଖିତ ଭାବେ ଏକ ଅଭିଯୋଗ ପତ୍ର ଦେଇଥିବା ସୂଚନା ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଛି। ପ୍ରସୂତି ବିଭାଗରେ ଗତକାଲି ରାତିରେ ଷ୍ଟାଫ ନର୍ସମାନେ ପ୍ରସୂତି ମାନଙ୍କ ସମ୍ପର୍କୀୟ ମାନଙ୍କ ପାଖରୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।ଗତକାଲି ବିରମହରାଜପୁର ବ୍ଲକ ତେଲିପାଲି ଗାଁର ରୀତା ବେହେରା ଭର୍ତ୍ତି ହୋଇଥିଲେ।ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।ନର୍ସମାନେ ତାଙ୍କୁ ହଜ଼ାରେ ଟଙ୍କା ମାଗିଥିଲେ।ହେଲେ 500 ଟଙ୍କା ଦେବାରୁ ନର୍ସମାନେ ମନା କରିବା ସହିତ ଟଙ୍କା ନ ଦେଲେ ବୁର୍ଲାକୁ ସ୍ଥାନାନ୍ତର କରିବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି।ନର୍ସ ମାନଙ୍କୁ ରୀତାଙ୍କ ସମର୍କୀୟମାନେ 1000ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି।

Body:ସେହିପରି ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକର ସୁଲିଆ ଗାଁର ସୁନିତା ବାଘଙ୍କ ପାଖରୁ ବି ନର୍ସମାନେ 1000 ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।ଗତକାଲି ରାତିରେ 15 ଜଣଙ୍କ ପାଖରୁ ନର୍ସମାନେ ଲାଞ୍ଚ ଆଦାୟ କରିଥିବା ଅଭିଯୋଗ ହୋଇଛି।ଆଜି ଜନସାଧାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦାଇତ୍ୱରେ ଥିବା ଅଧିକାରୀଙ୍କୁ ଲିଖିତ ଭାବେ ଦେଇଥିବା ଜଣା ପଡ଼ିଛି।
ବାଇଟ1-ନରେଶ ପଧାନ , ଅଭିଯୋଗକାରୀ , ସୁବର୍ଣ୍ଣପୁର।
ବାଇଟ2-ଆନନ୍ଦ ବାରିକ ,ସ୍ବେଚ୍ଛାସେବୀ , ସୁବର୍ଣ୍ଣପୁର ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.