ETV Bharat / state

ଧର୍ମୀୟ ଏକତାର ଉଦାହରଣ ସୁବର୍ଣ୍ଣପୁର କାଳୀପୂଜା, ୫୩ ବର୍ଷ ଧରି ଚାଲିଛି ପରମ୍ପରା

author img

By

Published : Nov 8, 2021, 3:23 PM IST

ସୁବର୍ଣ୍ଣପୁର ସହର ମଝିପଡାର ଶ୍ରୀରାମଜୀ ମନ୍ଦିର ସଂଲଗ୍ନ ମଣ୍ଡପରେ ଦେବୀ ମା’ଙ୍କ ପୂଜା ପାଳନରେ ମୁସଲମାନ ଶ୍ରଦ୍ଧାଳୁମାନେ ଆଜକୁ ଅର୍ଦ୍ଧ ଦଶନ୍ଧିରୁ ଅଧିକ ସମୟ ହେଲା ସହଯୋଗ କରି ଆସୁଛନ୍ତି । ଅଧିକ ପଢନ୍ତୁ...

ଧର୍ମୀୟ ଏକତାର ଉଦାହରଣ ସୁବର୍ଣ୍ଣପୁରର କାଳୀ ପୂଜା

ସୁବର୍ଣ୍ଣପୁର: ଧର୍ମୀୟ ଏକତାର ଉଦାହରଣ ସୁବର୍ଣ୍ଣପୁରର କାଳୀ ପୂଜା । ଯେଉଁଠି ଉଭୟ ହିନ୍ଦୁ ଓ ମୁସଲମାନ ଶ୍ରଦ୍ଧାଳୁ ଆଜକୁ 53 ବର୍ଷ ଧରି ଦେବୀ ମା’ କାଳୀଙ୍କ ପୂଜା କରି ଆସୁଛନ୍ତି । ସୁବର୍ଣ୍ଣପୁର ସହର ମଝିପଡାର ଶ୍ରୀରାମଜୀ ମନ୍ଦିର ସଂଲଗ୍ନ ମଣ୍ଡପରେ ଦେବୀ ମା’ଙ୍କ ପୂଜା ପାଳନରେ ମୁସଲମାନ ଶ୍ରଦ୍ଧାଳୁମାନେ ଆଜକୁ ଅର୍ଦ୍ଧ ଦଶନ୍ଧିରୁ ଅଧିକ ସମୟ ହେଲା ସହଯୋଗ କରି ଆସୁଛନ୍ତି ।

ତେବେ ଦୀପାବଳି ମଧ୍ୟରାତ୍ରରୁ ଆରମ୍ଭ ହେଉଥିବା ଦେବୀ ମା’ଙ୍କ ପୂଜା ଆରାଧନା ଶୁକ୍ଳ ଦଶମୀ ତିଥିରେ ସମାପନ ହେଉଥିବା ବେଳେ ଏକାଦଶୀ ତିଥିର ମଧ୍ୟାହ୍ନରେ ବିସର୍ଜନ ଶୋଭାଯାତ୍ରା ଆୟୋଜନ କରାଯାଇଥାଏ । କଳସ ସ୍ଥାପନରୁ ଆରମ୍ଭ କରି ଭୋଗ ପ୍ରସ୍ତୁତି ଓ ବିସର୍ଜନ ଶୋଭାଯାତ୍ରାରେ ବି ମୁସଲମାନ ଶ୍ରଦ୍ଧାଳୁମାନେ ସାମିଲ ହୋଇଥାନ୍ତି । ଦେବୀ ମା’ କାଳୀଙ୍କ ପୂଜା ମଣ୍ଡପର ପ୍ରାୟ 50 ମିଟର ଦୂରରେ ଥିବା ମସଜିଦରେ ମୁସଲମାନ ଶ୍ରଦ୍ଧାଳୁମାନେ ନମାଜ ପଢି ସାରିବା ପରେ ପୁଣି କାଳୀଙ୍କ ମଣ୍ଡପକୁ ଆସି ଦର୍ଶନ କରିଥାନ୍ତି ।

ଏପଟେ କୋଭିଡ କଟକଣା ଭିତରେ ଏଥର ଦେବୀ ମା’ କାଳୀଙ୍କ ପୂଜା ଆରାଧନା ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ଦେବୀଙ୍କ ମୃଣ୍ମୟୀ ପ୍ରତିମା ଦର୍ଶନ କରିବା ସହିତ ଦେବୀ କୃପା ଭିକ୍ଷା ଲାଭ କରିବାକୁ ସନ୍ଧ୍ୟାରେ ମଣ୍ଡପରେ ସମାଗମ ହୋଇଥାନ୍ତି । ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ,ମିଷ୍ଟାନ୍ନ ଓ ପଞ୍ଚାମୃତ ପ୍ରଦାନ କରାଯାଇଥାଏ । ତେବେ ସୁବର୍ଣ୍ଣପୁର ସହରର ମଧ୍ୟ ଭାଗରେ ଆଜକୁ 50ରୁ ଅଧିକ ବର୍ଷ ଧରି ପାଳିତ ହୋଇ ଆସୁଥିବା ଦେବୀ ମା’ କାଳୀଙ୍କ ପୂଜା, ଉଭୟ ମୁସଲମାନ ଓ ହିନ୍ଦୁ ସମ୍ପ୍ରଦାୟ ଭିତରେ ଭାଇଚାରା ଓ ଏକତାର ବାର୍ତ୍ତା ପ୍ରଦାନ କରି ଆସିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.