ସୁବର୍ଣ୍ଣପୁର: ଜିଲ୍ଲାର ବିରମହାରାଜପୁର ବ୍ଲକର କର୍ମଚାରୀମାନେ ଜିଆରଏସଙ୍କୁ ମାଡ଼ ମାରିବା ଘଟଣା ପ୍ରତିବାଦରେ ସୋମବାର କଲମଛାଡ ଆନ୍ଦୋଳନ କରିଛନ୍ତି । ଅଭିଯୁକ୍ତକୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜିଆରଏସ ସଂଘ ପକ୍ଷରୁ ସୂଚନା ମିଳିଛି ।
ଉଫୁଲା ସରପଞ୍ଚଙ୍କ ସ୍ବାମୀ ପ୍ରିୟବ୍ରତ ସାହୁ ଦାଦାଗିରି କରିବା ସହିତ ଗ୍ରାମ ପଞ୍ଚାୟତର ଜିଆରଏସଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଗତ ଜାନୁଆରୀ 25 ଗୁରୁବାର ଦିନ ସରପଞ୍ଚଙ୍କ ସ୍ବାମୀ ପ୍ରିୟବ୍ରତ କାନପୁର ଛକରେ ମାଡ ମାରିଥିବା ଜିଆରଏସ ନାରାୟଣ ମଲ୍ଲିକ ବିରମହରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ହେଲେ ପୋଲିସ ପ୍ରିୟବ୍ରତଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଗୁରୁବାର ବ୍ଲକର କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ତେବେ ଅଭିଯୁକ୍ତ ପ୍ରିୟବ୍ରତକୁ ଗିରଫ ନ କରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଜିଆରଏସ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ