ସୁବର୍ଣ୍ଣପୁର: ଜିଲ୍ଲା ବିନିକା ଚନ୍ଦ୍ରମା ଲଜଠାରେ ବିଜେପି ଜିଲ୍ଲା ସଭାପତି ଚୟନରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଦଳରେ ସାଂସଦ ସଂଗୀତା ସିଂଦେଓଙ୍କ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ଦଳୀୟ କାର୍ଯ୍ୟକର୍ତମାନେ ସ୍ଲୋଗାନବାଜି କରିଥିଲେ ।
ବିଜେପି ଜିଲ୍ଲା ସଭାପତି ଚୟନରେ ଯୋଗଦେଇଥିବା ବଜେପି ରାଜ୍ୟ ଉପ-ସଭାପତି ଅଶ୍ବିନୀ ଷଡଙ୍ଗୀ କାର୍ଯ୍ୟକର୍ତ୍ତାମାନଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ । ହେଲେ ସାଂସଦଙ୍କ ମନମୁଖୀ କାର୍ଯ୍ୟ ହେଉଥିବା ଅଭିଯୋଗ କରି ସଭାରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।
ଏହି ସଭାରେ ବଲାଙ୍ଗୀର ଲୋକସଭା ସାଂସଦ ବି କାର୍ଯ୍ୟକର୍ତ୍ତାମାନଙ୍କୁ ନୀରବ ରହିବାକୁ ଅନୁରୋଧ କରିଥିଲେ । ହେଲେ ରାଜତନ୍ତ୍ର ବନ୍ଦ କର ସ୍ଲୋଗାନ ଦେଇ ଅନେକ କାର୍ଯ୍ୟକର୍ତା ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିଥିଲେ। ଏହି ସଭାରେ ଜିଲ୍ଲା ସଭାପତି ଚୟନ ତ ଦୂରର କଥା ପୂର୍ବରୁ ମନୋନୀତ ମଣ୍ଡଳ ସଭାପତିମାନଙ୍କ ନାମ ବି ଘୋଷଣା ହୋଇ ପାରି ନଥିଲା । ଫଳରେ ନିର୍ବାଚନ ପାଇଁ ଆସିଥିବା ରାଜ୍ୟ ନେତୃବର୍ଗ ନିରାଶରେ ଫେରିଯାଇଥିଲେ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ