ETV Bharat / state

ସୁବର୍ଣ୍ଣପୁରରେ ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ପୂଜାରୀଙ୍କ ଡୋର ଡୁ ଡୋର କ୍ୟାମ୍ପେନ - ବିଜେପି

ଆସନ୍ତା ଏପ୍ରିଲ 6ରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସହରର ଉପକଣ୍ଠରେ ଥିବା ରାମେଶ୍ବର ମନ୍ଦିର ନିକଟବର୍ତ୍ତୀ ମିନି ଷ୍ଟାଡିୟମରେ ନିର୍ବାଚନୀ ସଭା କରିବା ସହିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ମୋଦି।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Apr 2, 2019, 2:24 AM IST

ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ପୂଜାରୀ ସୋମବାର ସହରର ପ୍ରତିଟି ୱାର୍ଡରେ ଡୋର ଡୁ ଡୋର କ୍ୟାମ୍ପେନ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ସଦର ପୌର ପରିଷଦ ଅଧିନରେ ଥିବା ଆମ୍ବେଦକର ଛକ , ଥନାପତି ପଡା ଛକ , ଭଗବତୀ ପ୍ଲଟ ତଥା ବ୍ଳକ ଛକ ଆଦି ସ୍ଥାନ ଗୁଡିକରେ ନିର୍ବାଚନୀ ସଭା କରି ବିଜେପିର ଲୋକସଭା ପ୍ରାର୍ଥୀନୀ ସଂଗୀତା ସିଂ ଦେଓ ଓ ତାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରକୁ ଆକର୍ଷଣୀୟ ଭାବେ ଗଢିବା ସହିତ ସହରର ପର୍ଯ୍ୟଟନୀୟ ବୈଭବର ବିକାଶ ତାଙ୍କ ପ୍ରାଥମିକତା ହେବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଦେଶ ସୁରକ୍ଷିତ ରହିବା ସହିତ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ଜନସାଧାରଣଙ୍କୁ ବିଭିନ୍ନ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି। ବିଜେଡି ପ୍ରାର୍ଥୀ ତଥା ନଗର ଉନ୍ନୟନ ଓ ଜଳସେଚନ ମନ୍ତ୍ରୀ ନିରଞ୍ଜନ ପୂଜାରୀ 4 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଦୀର୍ଘ ଦୁଇ ଦଶନ୍ଧି ଧରି କଂଗ୍ରେସ ରାଜନୀତି କରିବା ପରେ ବିଜେପି ଦଳରେ ସାମିଲ ହୋଇ ଅଶୋକ ପୂଜାରୀ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଦେଉଛନ୍ତି।

ବିକାଶଶୀଳ ସୁବର୍ଣ୍ଣପୁର ଜିଲ୍ଲାକୁ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ଏଥର ଭୋଟର ମାନେ ତାଙ୍କୁ ଆଶୀର୍ବାଦ କରିବେ ବୋଲି ଅଶୋକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

ସୁବର୍ଣ୍ଣପୁର: ଆସନ୍ତା ଏପ୍ରିଲ 6ରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସହରର ଉପକଣ୍ଠରେ ଥିବା ରାମେଶ୍ବର ମନ୍ଦିର ନିକଟବର୍ତ୍ତୀ ମିନି ଷ୍ଟାଡିୟମରେ ନିର୍ବାଚନୀ ସଭା କରିବା ସହିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ମୋଦି। ଏହି ନିର୍ବାଚନୀ ସଭାରେ ଫୁଲବାଣୀ ବଲାଙ୍ଗୀର ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ପ୍ରାର୍ଥୀ , ବିଧାୟକ ପ୍ରାର୍ଥୀଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା ଓ ଲକ୍ଷାଧିକ ଜନସାଧାରଣ ଯୋଗ ଦେବେ ବୋଲି ଜିଲ୍ଲା ବିଜେପି ପକ୍ଷରୁ ସୂଚନା ମିଳିଛି।

ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ପୂଜାରୀ ସୋମବାର ସହରର ପ୍ରତିଟି ୱାର୍ଡରେ ଡୋର ଡୁ ଡୋର କ୍ୟାମ୍ପେନ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ସଦର ପୌର ପରିଷଦ ଅଧିନରେ ଥିବା ଆମ୍ବେଦକର ଛକ , ଥନାପତି ପଡା ଛକ , ଭଗବତୀ ପ୍ଲଟ ତଥା ବ୍ଳକ ଛକ ଆଦି ସ୍ଥାନ ଗୁଡିକରେ ନିର୍ବାଚନୀ ସଭା କରି ବିଜେପିର ଲୋକସଭା ପ୍ରାର୍ଥୀନୀ ସଂଗୀତା ସିଂ ଦେଓ ଓ ତାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରକୁ ଆକର୍ଷଣୀୟ ଭାବେ ଗଢିବା ସହିତ ସହରର ପର୍ଯ୍ୟଟନୀୟ ବୈଭବର ବିକାଶ ତାଙ୍କ ପ୍ରାଥମିକତା ହେବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଦେଶ ସୁରକ୍ଷିତ ରହିବା ସହିତ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ଜନସାଧାରଣଙ୍କୁ ବିଭିନ୍ନ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି। ବିଜେଡି ପ୍ରାର୍ଥୀ ତଥା ନଗର ଉନ୍ନୟନ ଓ ଜଳସେଚନ ମନ୍ତ୍ରୀ ନିରଞ୍ଜନ ପୂଜାରୀ 4 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଦୀର୍ଘ ଦୁଇ ଦଶନ୍ଧି ଧରି କଂଗ୍ରେସ ରାଜନୀତି କରିବା ପରେ ବିଜେପି ଦଳରେ ସାମିଲ ହୋଇ ଅଶୋକ ପୂଜାରୀ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଦେଉଛନ୍ତି।

ବିକାଶଶୀଳ ସୁବର୍ଣ୍ଣପୁର ଜିଲ୍ଲାକୁ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ଏଥର ଭୋଟର ମାନେ ତାଙ୍କୁ ଆଶୀର୍ବାଦ କରିବେ ବୋଲି ଅଶୋକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.