ETV Bharat / state

ପିଏମଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ମହିଳା ବିଜେଡି ସମ୍ପାଦିକା, ଥାନାରେ ମାମଲା - ବିଜେଡି ମହିଳା ସମ୍ପାଦିକାଙ୍କ ନାଁରେ ଏତଲା ଦେଲା ବିଜେପି

ପ୍ରଧାନମନ୍ତ୍ରୀ ମରିଗଲେ ବି ଦୁଃଖ କରିବାର ନାହିଁ କହିଲେ ମହିଳା ବିଜେଡି ସମ୍ପାଦିକା । ବିଜେଡି ନେତ୍ରୀଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ବିଜେପି । ଅଧିକ ପଢନ୍ତୁ

ମହିଳା ବିଜେଡି ସମ୍ପାଦିକାଙ୍କ ବିରୁଦ୍ଧରେ ଏତଲା

author img

By

Published : Jan 8, 2022, 7:35 AM IST

ସୁବର୍ଣ୍ଣପୁର: ମହିଳା ବିଜେଡି ସମ୍ପାଦିକା ସ୍ବର୍ଣ୍ଣଲତା ନାୟକଙ୍କ ବିରୋଧରେ ଏତଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ ଗୁରୁବାର ସ୍ବର୍ଣ୍ଣଲତାଙ୍କ ନାଁରେ ଏତଲା ଦେଇଛି ସୁବର୍ଣ୍ଣପୁର ଜିଲ୍ଲା ବିଜେପି । ବିଜେପି ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ୟକର୍ତ୍ତା ବିଜୁ ମହିଳା ଦଳ ସମ୍ପାଦିକା ସ୍ବର୍ଣ୍ଣଲତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ମହିଳା ବିଜେଡି ସମ୍ପାଦିକାଙ୍କ ବିରୁଦ୍ଧରେ ଏତଲା

ପ୍ରଧାନମନ୍ତ୍ରୀ ମରିଗଲେ ବି ଦୁଃଖ କରିବାର ନାହିଁ । ତାଙ୍କ ସ୍ଥାନରେ ଆଉ କେହି ଜଣେ ଯୋଗ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବେ । 700ରୁ ଅଧିକ କୃଷକଙ୍କ ମୃତ୍ୟୁ ପାଇଁ ମୋଦିଙ୍କୁ ଦାୟୀ କରି ଫେସବୁକରେ ଏଭଳି ବିବଦୀୟ ପୋଷ୍ଟ କରିଥିଲେ ସ୍ବର୍ଣ୍ଣଲତା ନାୟକ । ବିଜେଡି ନେତ୍ରୀଙ୍କ ଏଭଳି କଟୁ ମନ୍ତବ୍ୟ ପରେ ଏହାକୁ ନେଇ ତାତିଥିଲା ବିଜେପି । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଏପରି ବିବାଦୀୟ ଓ ଘୃଣ୍ୟ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି ।

ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି ଏବଂ ସମ୍ପୃକ୍ତ ବିଜେଡି ନେତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । ଦାବି ପୂରଣ ନ ହେଲେ ଆଗକୁ କୋର୍ଟର ଆଶ୍ରୟ ନେବେ ଚେତାବନୀ ଦେଇଛି ଦଳ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.