ETV Bharat / state

ବୀରମହାରାଜପୁର ନାବାଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଦିଲ୍ଲୀପ ଗିରଫ

author img

By

Published : Aug 9, 2020, 7:29 PM IST

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ଅନ୍ତର୍ଗତ ରୁଗୁଡିପାଲି ଗାଁର ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଦିଲ୍ଲୀପ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

Birmaharajpur minor rape case, accused Dillip arrested
ବୀରମହାରାଜପୁର ନାବାଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଦିଲ୍ଲୀପ ଗିରଫ

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘରତଇଲା ଗାଁର ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଦିଲ୍ଲୀପ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜିଲ୍ଲା ପୋଲିସ 3ଟି ପୋଲିସ ଟିମ ଗଠନ କରି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ପୀଡିତଙ୍କ ପରିବାର ଲୋକେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରିପାରିନଥିଲେ ହେଁ ତାଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲେ ।

ପ୍ରକାଶ ଥାଉ କି, ଗତ ଜୁଲାଇ 31 ତାରିଖରେ ନାବାଳିକା ଘରେ ଥିବା ସମୟରେ ରୁଗୁଡିପାଲି ଗାଁର ଯୁବକ ଦିଲ୍ଲୀପ ଘରେ ପଶି ମାରଣାସ୍ତ୍ର ଦେଖାଇ ଝିଅଟିକୁ ଉଠାଇ ନେଇଥିଲା । ଗାଁର ଅନତିଦୂରରେ ନାବାଳିକାକୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଏନେଇ ଜାଣିବା ପରେ ପୀଡିତା ନାବାଳିକା ପରିବାର ଦିଲ୍ଲୀପକୁ ଗିରଫ କରିବାକୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ କରୁନଥିବା ଅଭିଯୋଗ ହୋଇଥିଲା ।

ରବିବାର ଶେଷରେ ପୋଲିସ ଅଭିଯୁକ୍ତ ଦିଲ୍ଲୀପକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଖୋଦ୍ 2ଥର ଏହି ମାମଲାର ସମୀକ୍ଷା କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.