ETV Bharat / state

ବଢୁଛି ସଂକ୍ରମଣ, 3 ଦିନ ପାଇଁ ବିନିକା ବ୍ଲକ ସଟଡାଉନ - ସଟଡାଉନ ନ୍ୟୁଜ

ଘରୋଇ ଭାବେ ଶନିବାର ବିନିକା ସହର ସମେତ ବ୍ଲକ ଅଞ୍ଚଳ ସଟଡାଉନ କରାଯାଇଥିଲା। ଆଗାମୀ ତିନିଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ନାଗରିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଘରୋଇ ଭାବେ ବିନିକା ସଟଡାଉନ
ଘରୋଇ ଭାବେ ବିନିକା ସଟଡାଉନ
author img

By

Published : Sep 13, 2020, 10:00 AM IST

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ବ୍ଲକ ଅଞ୍ଚଳରେ କୋରୋନା ସଂକ୍ରମଣ ବଢି ଚାଲିଛି। ବିନିକା ସହରର ନାଗରିକ କମିଟି ପକ୍ଷରୁ ସଂକ୍ରମଣକୁ ରୋକିବା ପାଇଁ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଫଳରେ ଘରୋଇ ଭାବେ ଶନିବାର ବିନିକା ସହର ସମେତ ବ୍ଲକ ଅଞ୍ଚଳ ସଟଡାଉନ କରାଯାଇଥିଲା। ଆଗାମୀ ତିନିଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ନାଗରିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଘରୋଇ ଭାବେ ବିନିକା ସଟଡାଉନ

ତେବେ ସଟଡାଉନ ଯୋଗୁଁ ବିନିକା ସହରର ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି। ସରକାରୀ କାର୍ଯ୍ୟାଳୟ ଖୋଲିଥିବା ବେଳେ ଗାଡ଼ି ଯାତାୟତ କରୁଛି। ଏପଟେ ଦୈନିକ ବଜ଼ାର ବି ବନ୍ଦ କରି ଦିଆଯାଇଛି। ଏହି ସଟଡାଉନକୁ ଘରୋଇ ବସ ମାଲିକ ସଂଘ, ଟ୍ୟାକ୍ସି ସଂଘ, ବଣିକ ସଂଘ, ନୂଆଁ ବଜ଼ାର ଓ ନୂତନ ବସଷ୍ଟାଣ୍ଡ ଦୋକାନୀ ସଂଘ ସମର୍ଥନ କରି ବନ୍ଦ ପାଳନ କରିଛନ୍ତି। ନାଗରିକ କମିଟିର ଅନୁରୋଧରେ ଶାନ୍ତି ଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ବିଭିନ୍ନ ଛକ ଗୁଡ଼ିକରେ ସୁରକ୍ଷା କର୍ମୀ ମୁତୟନ କରାଯାଉଛି।

ତେବେ ବିନିକା ଅଞ୍ଚଳରେ କୋରୋନା ସଂକ୍ରମଣ ପାଇଁ ଲୋକେ ଭୟଭୀତ ହୋଇ ପଡିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.